fbpx
BSKY
BJD MC SKY
BJD MS SKY

ଆସନ୍ତା ଦୁଇ ଦିନ ରାଜ୍ୟରେ ଘଡଘଡି ସହ ବର୍ଷା,ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର:ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଘଡଘଡି ସହ ବର୍ଷା ସହିତ ଦଲକା ପବନ ବହିବା ନେଇ ସୂଚନା ମିଳିଛି । କାଲି ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା । ବର୍ଷା ହେବା ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଥିବା ତାତିରେ ଲାଗିବ ସାମୟିକ ବ୍ରେକ୍ ।

Get real time updates directly on you device, subscribe now.