fbpx

ଏହି ଦେଶରେ ହେଲିକପ୍ଟରରୁ ମୂଷାଙ୍କ ଉପରେ ପକାଯିବ ବିଷ, ଜାଣନ୍ତୁ କଣ ରହିଛି କାରଣ

ୱାଶିଂଟନ୍: ଆମେରିକାର କାର୍ଲିଫର୍ଣ୍ଣିଆର ଫାରଲାନ୍ ଦ୍ୱୀପରେ ମୂଷାଙ୍କ ବଂଶ ବିସ୍ତାର ହେବାରେ ଲାଗିଛି । ଯାହାଫଳରେ ସେଠାରେ ପ୍ଲେଗ୍ ରୋଗର ଆଶଙ୍କା ଅନେକ ବଢିଯାଇଛି । ତେଣୁ ଏହି ଆଶଙ୍କାକୁ ଦୂର କରିବା ପରିପ୍ରେକ୍ଷୀରେ ହେଲିକପ୍ଟରରୁ ମୂଷାଙ୍କ ଉପରେ ବିଷ ପକାଯିବ । କାର୍ଲିଫର୍ଣ୍ଣିଆର ଅଧିକାରୀ ମାନେ ଏହି କାମ ପାଇଁ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ହେଲେ ଏହାକୁ ଅନୁମତି ଦେବା ପାଇଁ ଲମ୍ବା ବିବାଦ ଜାରି ରହିଥିଲଶା ।

ତେବେ ଏହି ଯୋଜନାର ପ୍ରସ୍ତାବ ୟୁଏସ୍ ଫିଶ୍ ଆଣ୍ଟ ୱାଇଲ୍ଡଲାଇଫ୍ ସର୍ଭିସ୍ ପକ୍ଷରୁ ଦିଆଯାଇଛି । ଏଥି ସହିତ ସ୍ଥାନୀୟ ପରିବେଶ କାର୍ୟ୍ୟକର୍ତ୍ତାଙ୍କ ଆପତ୍ତି ସତ୍ତେ୍ୱ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ପରିବେଶବିତ୍ ମାନଙ୍କ କହିବା କଥା ଯେ, ଏପରି କରିବା ଦ୍ୱାରା ବସବାସ କରୁଥିବା ଅନ୍ୟ ଜୀବଜନ୍ତୁ ମାନେ ମଧ୍ୟ ପ୍ରଭାବିତ ହେବେ । ଅନ୍ୟପଟେ ଫରଲାନ୍ ଦ୍ୱୀପ ନିକଟବର୍ତ୍ତୀ ଅଞ୍ଚଳର ବନ୍ୟଜୀବ ଅଧିକାରୀ ଓ ବିଶେଷଜ୍ଞଙ୍କ ତର୍କ ରଖିଛନ୍ତି ଯେ, ମୂଷାଙ୍କୁ ମାରିବା ପାଇଁ ତୁରନ୍ତ ପଦକ୍ଷେପ ଆପଣାଇବାର ଆବଶ୍ୟକତା ରହିଛି । କାରଣ ମୂଷା ମାନେ ସ୍ଥାନୀୟ ପ୍ରଜାତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।

ଅନ୍ୟପକ୍ଷରେ, ଯୋଜନାର ସମର୍ଥକମାନେ କହିଛନ୍ତି ଯେ ମୂଷାମାନଙ୍କୁ ସମ୍ପୂର୍ଣ୍ଣରୂପେ ବିଲୋପ କରିବା ପାଇଁ କୀଟନାଶକ ବ୍ରୋଡିଫାକମ୍ ବ୍ୟବହାର କରିବା ହେଉଛି ଏକମାତ୍ର ଉପାୟ। ଉନବିଂଶ ଶତାବ୍ଦୀରେ ଦ୍ୱୀପରେ ନାବିକମାନେ ଏହା ଜାଣିଶୁଣି ବ୍ୟବହାର କରିଥିଲେ । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଦ୍ୱୀପରେ ଅବଶିଷ୍ଟ ପ୍ରଜାତିଗୁଡିକ ସେମାନଙ୍କୁ ସଂରକ୍ଷଣ ଦିଗରେ କାର୍ୟ୍ୟ କରିବାକୁ ପଡିବ, ଯାହା ସେମାନେ ନିରାପଦରେ ରହିପାରିବେ।

 

Get real time updates directly on you device, subscribe now.