fbpx

ବାର୍ଦ୍ଧକ୍ୟରୁ ଦୂରେଇ ରଖେ ଏହି ସବୁ ଖାଦ୍ୟ: ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ

Advertisement

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ବଢ଼ୁଥିବୋ ବୟସରେ ମଧ୍ୟ ଯୁବକ/ଯୁବତୀ ସୁଲଭ ଚମକ ପାଇବାକୁ ଚାହିଁଥାନ୍ତି । ତଥାପି ମଧ୍ୟ ବୟସାଧିକ୍ୟ ଚେହେରାରେ ସ୍ପଷ୍ଟ ଦେଖାଯାଇଥାଏ । ତେବେ ଏପରି ସ୍ଥଳେ ଆପଣଙ୍କୁ ଆପଣଙ୍କ ଡାଏଟର ସମ୍ପୂର୍ଣ୍ଣ ଯତ୍ନ ନେବା ଆବଶ୍ୟକ । ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଚେହେରାରେ ବୟସର ଛାପ ପଡ଼ିନଥାଏ ।

ଗ୍ରୀନ ଟି- ପ୍ରତ୍ୟେକ ମହିଳା ଅଧିକ ସମୟ ପର୍ଯ୍ୟନ୍ତ ନିଜ ଚେହେରା ଏବଂ ତ୍ୱଚାରେ ଚମକ ଚାହିଁଥାନ୍ତି । ଏହା ସହିତ ସମସ୍ତେ ସୁନ୍ଦର ମଧ୍ୟ ଦେଖାଯିବାକୁ ଚାହିଁଥାଆନ୍ତି । ତେବେ ଆପଣ ମଧ୍ୟ ଏହା ଚାହୁଁଥିଲେ ପ୍ରତିଦିନ ଗ୍ରୀନ ଟି ପିଅନ୍ତୁ । ଫିଲ୍ମ ତାରକାମାନେ ମଧ୍ୟ ନିଜ ଡାଏଟରେ ପ୍ରତିଦିନ ଗ୍ରୀନ ଟି ପିଇଥାନ୍ତି । ତେବେ ଏହା ଆପଣଙ୍କ ତ୍ୱଚା ପାଇଁ ଆଣ୍ଟି-ଅକ୍ସିଡାଣ୍ଟ ପରି କାର୍ଯ୍ୟ କରିଥାଏ ।

ଡ୍ରାଏଫ୍ରୁଟ୍ସ- ଏହାକୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍ୁ ଏକ ଯୁବସୁଲଭ ଗ୍ଲୋ ଦେବାରେ ସାହାଯ୍ୟ କରିଥାଏ ।

ଦହି- ପ୍ରତିଦିନ ଦହି ଖାଇବା ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ପ୍ରତିଦିନ ଦହି ଖାଇବା ଦ୍ୱାରା ଏହା ଆପଣଙ୍କ ତ୍ୱଚାକୁ ସଫା ରଖିବା ସହିତ ଏହାକୁ ଏକ ଯୁବସୁଲଭ ଚମକ ଦେଇଥାଏ । ଏଥିରେ ଥିବା ପ୍ରୋବାୟୋଟିକ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ ।

ଟମାଟୋ- ଟୋମାଟୋ ବିଭିନ୍ନ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ବ୍ୟବହାର କରାଯାଇଥାଏ । ତେବେ ଏହାକୁ ଖାଇବା ଦ୍ୱାରା ମଧ୍ୟ ବେଶ ଳାଭ ମିଳିଥାଏ । ପ୍ରତିଦିନ ଖାଦ୍ୟରେ ଏହାକୁ ସାମିଲ କରିବା ଦ୍ୱାରା ଆପଣଙ୍କ ତ୍ୱଚାକୁ ଏହା ଏକ ଚମକ ଦେଇଥାଏ । ଏହା ଦ୍ୱାରା ଆପଣଙ୍କ ଚେହେରାରେ ଥିବା କଳା ଦାଗ କମ ହୋଇଥାଏ ।

ବେରୀସ୍- ବେରୀ ଆପଣଙ୍କ ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଚେହେରା ଉଜ୍ଜ୍ୱଳ ଦେଖା ଯିବା ସହିତ ଏହା ଆପଣଙ୍କର ଏଜିଂ ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ । ଏଥିରେ ଥିବା ଆଣତଟିଅକ୍ସିଡାଣ୍ଟ ଚେହେରାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.