fbpx

ଗର୍ଭାବସ୍ଥା ସମୟରେ ଖାଦ୍ୟରେ ଏହି ଉଚ୍ଚ ପ୍ରୋଟିନ୍ ପନିରକୁ କରନ୍ତୁ ଅନ୍ତର୍ଭୂକ୍ତ : ଜାଣିନିଅନ୍ତୁ ଏହାର ଉପକାରିତା

ଭୁବନେଶ୍ୱର : ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ, କିଏ ଖଟା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରେ ତ କିଏ ମିଠା ଜାତୀୟ ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଏହା ବ୍ୟତୀତ କିଛି ମହିଳା ଗର୍ଭାବସ୍ଥାରେ କ୍ଷୀର ଏବଂ ଅଣ୍ଡାକୁ ବହୁତ ଘୃଣା କରନ୍ତି । ଏଭଳି ପରିସ୍ଥିତିରେ, ଆପଣ ସୋୟାରୁ ପ୍ରସ୍ତୁତ ଟୋଫୁକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଟୋଫୁ ଖାଇବା ଦ୍ୱାରା କେବଳ ଶରୀରରେ ପ୍ରୋଟିନର ଅଭାବ ପୂରଣ ହୁଏ ନାହିଁ ବରଂ ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ମିଳିଥାଏ ।

ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଟୋଫୁ ଖାଇବାର ଫାଇଦା :

ହାଡ଼ ମଜବୁତ ରୁହେ : ଗର୍ଭାବସ୍ଥାରେ ମହିଳାମାନେ କ୍ୟାଲସିୟମରେ ଭରପୂର ଖାଦ୍ୟ ଗ୍ରହଣ କରିବା ଉଚିତ, କାରଣ ଗର୍ଭାଶୟରେ ବଢୁଥିବା ଶିଶୁର ବିକାଶ ପାଇଁ କ୍ୟାଲସିୟମ ନିହାତି ଆବଶ୍ୟକ । ଏପରି ପରିସ୍ଥିତିରେ, ଯଦି ମହିଳାମାନେ କ୍ୟାଲସିୟମରେ ଭରପୂର ଖାଦ୍ୟ ନ ଖାଆନ୍ତି, ତେବେ କ୍ୟାଲସିୟମ ଅଭାବ ହେତୁ ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢିଯାଏ । ଟୋଫୁ ଆପଣଙ୍କର ଦୈନିକ କ୍ୟାଲସିୟମର ଆବଶ୍ୟକତା ପୂରଣ କରିପାରିବ । ତେଣୁ ହାଡ଼କୁ ମଜବୁତ ରଖିବା ପାଇଁ ଓ ଆବଶ୍ୟକ ପରିମାଣରେ ଶିଶୁକୁ କ୍ୟାଲସିୟମ ମିଳିବ ବୋଲି ଟୋଫୁ ଖାଇବା ଜରୁରୀ ଅଟେ ।

ରକ୍ତହୀନତା ହ୍ରାସ କର : ଗର୍ଭାବସ୍ଥାରେ ମହିଳାମାନେ ପ୍ରାୟତଃ ରକ୍ତହୀନତା ବିଷୟରେ ଅଭିଯୋଗ କରନ୍ତି, ଯେଉଁ କ୍ଷେତ୍ରରେ ଟୋଫୁ ଆପଣଙ୍କ ପାଇଁ ଅନେକ ଲାଭଦାୟକ ପ୍ରମାଣିତ ହୋଇପାରେ । ଟୋଫୁରେ ଲୌହ ସଠିକ ପରିମାଣରେ ମିଳିଥାଏ, ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ । ରକ୍ତହୀନତା ହେତୁ ମହିଳାମାନେ ମଧ୍ୟ ମୁଣ୍ଡବିନ୍ଧା ଏବଂ ଦୁର୍ବଳତା ଭଳି ଅସୁସ୍ଥତା ଅନୁଭବ କରନ୍ତି ।

ହୃଦୟକୁ ସୁସ୍ଥ ରଖେ : ଓମେଗା ୩ ଫ୍ୟାଟି ଏସିଡରେ ଭରପୂର ହୋଇଥିବା ଟୋଫୁ, ଗର୍ଭାବସ୍ଥାରେ ମହିଳାମାନଙ୍କୁ ହୃଦଘାତ ଭଳି ସମସ୍ୟାରୁ ରକ୍ଷା ଦେଇଥାଏ । ଟୋଫୁ ଖାଇବା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ଭଲ ଭାବରେ ହୁଏ, ଏହା ସହିତ କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

ସୁସ୍ଥ କେଶ : ଗର୍ଭାବସ୍ଥାରେ, ଅନେକ ମହିଳାଙ୍କର କେଶ ଝାଡ଼ିବା ସମସ୍ୟା ଆରମ୍ଭ ହୋଇଥାଏ, ଏପରି ପରିସ୍ଥିତିରେ, ଟୋଫୁ ଖାଇଲେ ଆପଣଙ୍କ କେଶକୁ ପୋଷଣ ମିଳିବ । ଟୋଫୁ ଶରୀରରେ କ୍ୟାରୋଟିନ ପ୍ରୋଟିନର ଅଭାବକୁ ଦୂର କରିଥାଏ, ଯାହା କେଶ ଝାଡ଼ିବା ସମସ୍ୟାକୁ ହ୍ରାସ କରିଥାଏ ।

Get real time updates directly on you device, subscribe now.