fbpx

ଡାଏଟରେ ଏହି ଖାଦ୍ୟ ସାମିଲ କଲେ ନିୟନ୍ତ୍ରଣକୁ ଆସିଥାଏ ଖରାପ କୋଲେଷ୍ଟ୍ରଲ, ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି

ଖରାପ ଖାଦ୍ୟ ଅଭ୍ୟାସ ହେତୁ ଅନେକ ପ୍ରକାରର ଅନାବଶ୍ୟକ ଜିନିଷ ଶରୀରରେ ଜମା ହେବା ଆରମ୍ଭ କରେ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଅନେକ ଥର ଫାଷ୍ଟଫୁଡ୍ କିମ୍ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ର ସ୍ତର ବଢି ଯାଇଥାଏ, ଯାହା ଆପଣଙ୍କ ପାଇଁ ମଧ୍ୟ ସାଂଘାତିକ ହୋଇପାରେ । ଏହା ଦୀର୍ଘ ସମୟ ମଧ୍ୟରେ ଷ୍ଟ୍ରୋକ ଭଳି ସମସ୍ୟା ସୃଷ୍ଟି କରିଥାଏ । କୋଲେଷ୍ଟ୍ରଲ ହେଉଛି ଏକ ପ୍ରକାର ଚର୍ବି ଯାହା ରକ୍ତରେ ଥାଏ । ଶରୀରର ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ବୃଦ୍ଧି ପାଇବା ଆରମ୍ଭ କରେ, ସେତେବେଳେ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ହୋଇଥାଏ । ଆସନ୍ତୁ ଜାଣିିବା ଏପରି କିଛି ଖାଦ୍ୟ ଅଛି ଯାହା ଉଚ୍ଚ ସ୍ତରର କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ ।

ଡ୍ରାଏ ଫୁଟ୍ସ ଖାଇବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ କମିଯାଏ :-

ଶୀତ ଋତୁରେ ଡ୍ରାଏ ଫ୍ରୁଟ୍ସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଶରୀରର ଖରାପ କୋଲେଷ୍ଟ୍ରଲ କମିବା ଆରମ୍ଭ କରେ । ଏଥିରେ ସୁସ୍ଥ ଚର୍ବି ପ୍ରଚୁର ଥାଏ । ଏଥିରେ ଥିବା ଫାଇବର ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

ସୋୟାବିନକୁ ଖାଦ୍ୟର ଏକ ଅଂଶ କରନ୍ତୁ :-

ସୋୟାବିନ୍ କିମ୍ବା ସୋୟା ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବା ପାଇଁ କାମ କରେ । ଏହା ଖାଇବାରେ ସ୍ୱାଦିଷ୍ଟ ଏବଂ ଏଥିରେ ପ୍ରୋଟିନ୍ ମଧ୍ୟ ସଠିକ୍ ପରିମାଣରେ ମିଳିଥାଏ, ଯାହା ମାଂସପେଶୀ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

କଖାରୁ ପ୍ରସ୍ତୁତ ଖାଦ୍ୟ :_

ଶରୀରର ବଢୁଥିବା କୋଲେଷ୍ଟ୍ରଲକୁ ହ୍ରାସ କରିବା ପାଇଁ କଖାରୁ ଏକ ଭଲ ଖାଦ୍ୟ ହୋଇଥାଏ । ଏହା ବଦଳରେ ଆପଣ ଗାଜର, ଲେମ୍ବୁ ଏବଂ କମଳା ମଧ୍ୟ ବ୍ୟବହାର କରିପାରିବେ । ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିବା ଆରମ୍ଭ କରେ । ଏହା ହୃଦୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.