fbpx

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଲାଗିବନି Income Tax!

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ପ୍ରଦାନକାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଅଧିକାଂଶ ଲୋକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ହେଁ ସେମାନେ ଇନକମ୍ ଟ୍ୟାକ୍ସକୁ ନେଇ ଚିନ୍ତାରେ ରହିଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ତରଫରୁ ଏକ ଆଶ୍ୱସ୍ତିକର ଖବର ଆସିଛି । ୧୦ ଟଙ୍କା ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏଣିକି ଆପଣଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି ।

ନିର୍ମଳା କହିଛନ୍ତି, ଏଣିକି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ କୌଣସି ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ ନାର୍ହି । ୨୦୨୩ ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଥିଲା । ମାତ୍ର ଜନସାଧାରଣ ଯଦି ଏକ ସ୍ୱତନ୍ତ୍ର ନିୟମକୁ ଫଲୋ କରିବେ ତେବେ ଏ କ୍ଷେତ୍ରରେ ସେମାନଙ୍କୁ ଫାଇଦା ମିଳିପାରେ । ଏକ୍ସପର୍ଟଙ୍କ ମତରେ, ଯଦି ଆପଣ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ରିହାତି ପାଇବାକୁ ଚାହୁଁଛନ୍ତି, ତେବେ ଟ୍ୟାକ୍ସ ଫ୍ରି ପାଇବାକୁ ହେଲେ ଆପଣଙ୍କୁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ବାଛିବାକୁ ପଡ଼ିବ ।

ଗତ ବଜେଟରେ ଅର୍ଥମନ୍ତ୍ରୀ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ବେସିକ ଟ୍ୟାକ୍ସର ଛାଡ଼ ସୀମା ବୃଦ୍ଧି କରିଥିଲେ । ଅନ୍ୟପକ୍ଷରେ ପୁରୁଣା ଟ୍ୟାକ୍ସ ସିଷ୍ଟମରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରେ ହୋମ ଲୋନଠାରୁ ଆରମ୍ଭ କରି ବୀମା ପଲିସୀ ପର୍ଯ୍ୟନ୍ତ ଟ୍ୟାକ୍ସ ସେଭିଂ ସୁବିଧା ମିଳୁଛି । ମିଡ଼ିଆ ରିପୋର୍ଟ ମୁତାବକ, ଚାକିରିଆମାନେ ପ୍ଲାନିଂ କରି ୧୦ ଲକ୍ଷ ଟଙ୍କାର ଆୟ ଉପରେ ଟ୍ୟାକ୍ସ ଫ୍ରି ସୁବିଧା ପାଇପାରିବେ । ଯଦି ଟ୍ୟାକ୍ସପେୟର ପୁରୁଣା ଟ୍ୟାକ୍ସ ସିଷ୍ଟମରେ ଠିକ୍ ଭାବେ ପ୍ଲାନିଂ କରନ୍ତି, ତେବେ ତାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି । ଏହାଛଡ଼ା ଆପଣମାନେ ସେକ୍ସନ ୮୦ସିସିଡି (୧ବି) ଅଧିନରେ ୫୦ ହଜାର, ମେଡିକାଲ ପଲିସୀ କ୍ଷେତ୍ରରେ ୨୫ ହଜାର, ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ଉପରେ ୫୦ ହଜାର ଟ୍ୟାକ୍ସ ଛାଡ଼ ପାଇ ପାରିବେ ।

Get real time updates directly on you device, subscribe now.