fbpx

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଓଡ଼ିଶା ଭାସ୍କର: ଲଗାତାର ଗୋଟିଏ ପରେ ଗୋଟିଏ ଖୁସି ଖବର ଦେଉଥିବା ବେଳେ ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। କାରଣ ବର୍ତ୍ତମାନ ରାଜ୍ୟର ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି। ଏହା ଦ୍ୱାରା ରାଜ୍ୟର ୫୯ ହଜାର ୫୦୯ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଏଣିକି ଏମବିକେ, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା ମାସିକ ୧୦, ୭୫୦ ଟଙ୍କା ପାଇବେ। ପୂର୍ବରୁ ସେମାନେ ମାସିକ ୬,୭୫୦ ଟଙ୍କା ପାଉଥିଲେ। ସେହିପରି ବର୍ତ୍ତମାନ କୃଷି ମିତ୍ର, ପ୍ରାଣୀ ମିତ୍ର ମାସିକ ୬,୨୫୦ ଟଙ୍କା ପାଇବେ ବୋଲି ଘୋଷଣା କରାଯାଇଛି। ଅକ୍ଟୋବର ୨୩ରୁ ପିଛିଲା ଭାବେ କାର୍ୟ୍ୟକାରୀ କରାଯିବ ବୋଲି କୁହାଯାଇଛି।

 

Get real time updates directly on you device, subscribe now.