fbpx

ବଢ଼ିଲା କୋଭିଡି ସଂକ୍ରମଣ: ଜୀବନ୍ତ ମାଛ ଓ କଙ୍କଡ଼ାଙ୍କର ସ୍ୱାବ୍ ନମୁନା ସଂଗ୍ରହ କଲେ ସରକାର

ନୂଆଦିଲ୍ଲୀ: ଚୀନର ଜିଆମେନ୍ ସହରରେ କୋଭିଡ୍ ମାମଲା ସଂଖ୍ୟା ବୃଦ୍ଧି ପାଇଥିଲା। ଏହାକୁ ପ୍ରତିହତ କରିବା ପାଇଁ ସହରର ପ୍ରଶାସନ ଦ୍ୱାରା ବ୍ୟାପକ କୋଭିଡ୍ ପରୀକ୍ଷା ଚାଲିଛି । କେବଳ ଯେ ସହରର ସମସ୍ତ ଅଧିବାସୀ ଅର୍ଥାତ୍ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ବାଧ୍ୟତାମୂଳକ କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ ତାହା ନୁହେଁ, ମାଛ ଓ କଙ୍କଡ଼ା ପରି ସାମୁଦ୍ରିକ ଜୀବମାନେ ମଧ୍ୟ କୋଭିଡ୍ ପରୀକ୍ଷାରୁ ବର୍ତ୍ତିନାହାନ୍ତି । ପିପିଇ କିଟ୍ ପିନ୍ଧିଥିବା କିଛି ମେଡିକାଲ୍ କର୍ମଚାରୀ ଜୀବନ୍ତ ମାଛ ଓ କଙ୍କଡ଼ାଙ୍କର ସ୍ୱାବ୍ ନମୁନା ନେଉଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । କେହି କେହି ଏହାକୁ ହାସ୍ୟାସ୍ପଦ କହୁଥିବାବେଳେ ଆଉ କିଛି ଲୋକ ସମାଜର ମଙ୍ଗଳ ପାଇଁ ଏପରି କରାଯାଉଛି କହି ଏହାକୁ ସମର୍ଥନ କରୁଛନ୍ତି ।

ଉଲ୍ଲେଖନୀୟ ଯେ ଚୀନର ହାନାଇ ପ୍ରଦେଶରେ ବ୍ୟାପକ କୋଭିଡ୍ ସଂକ୍ରମଣ ହେବା ପରେ ମତ୍ସ୍ୟଜୀବୀମାନେ ଏହାର ମୁଖ୍ୟ ବାହକ ବୋଲି ଜଣାପଡ଼ିଥିଲା । ସେହିପରି ଉହାନର ସାମୁଦ୍ରିକ ଖାଦ୍ୟ ବଜାରରୁ ହିଁ କୋଭିଡ୍ର ଉତ୍ପତ୍ତି ହୋଇଥିବାର ଅନୁମାନ କରାଯାଉଛି ।ତେଣୁ ଚୀନର ‘ଶୂନ-କୋଭିଡ୍’ ନୀତି ଯୋଗୁଁ ମତ୍ସ୍ୟଜୀବୀଙ୍କ ସମେତ ମାଛ ଆଦିର କୋଭିଡ୍ ପରୀକ୍ଷା କରାଯାଉଛି । ଅବାନ୍ତର ଲାଗୁଥିଲେ ବି ଏହା ଜୀବଙ୍କର କୋଭିଡ୍ ପରୀକ୍ଷା କରାଯିବାର ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଚୀନରେ କୁକୁର, ବିଲେଇ, କୁକୁଡ଼ା, ପାଣ୍ଡା ଓ ଜଳହସ୍ତୀଙ୍କର କୋଭିଡ୍ ପରୀକ୍ଷା କରାଯାଇଛି।

Get real time updates directly on you device, subscribe now.