fbpx

ପ୍ରଥମ ଟେଷ୍ଟ ଫର୍ମୁଲା ଜାରି ରଖିବାକୁ କୋହଲିଙ୍କ ଯୋଜନା; ଲର୍ଡ୍ସ ଟେଷ୍ଟରେ ପୁଣି ଉଭୟ ଦଳ ମଧ୍ୟରେ ହେବ ଜୋରଦାର ଲଢ଼େଇ

Advertisement

ଲଣ୍ଡନ (ଭାସ୍କର ନ୍ୟୁଜ୍): ନଟିଂହାମର ଟେଣ୍ଟବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବା ସହିତ ବିନା ଫଇସଲାରେ ସମାପ୍ତ ହେଇଥିଲା । ବର୍ଷା ଯୋଗୁ ପଞ୍ଚମ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇନେଇଥିଲା ବର୍ଷା । ଇଂଲଣ୍ଡ ଭାରତ ପାଇଁ ୨୦୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଭାରତ ଚତୁର୍ଥ ଦିନ ଖେଳ ସମାପ୍ତ ସୁଦ୍ଧା ଗୋଟିଏ ୱିକେଟ ହରାଇ କରିଥିଲା ୫୨ ରନ । ପଞ୍ଚମ ଦିନ ଅବଶିଷ୍ଟ ୯ ୱିକେଟ ସହାୟତାରେ ଆଉ ୧୫୭ ରନ କରିଥିଲେ ଏହି ଟେଷ୍ଟରେ ବିଜୟୀ ହୋଇ ପାରିଥାନ୍ତା । ମାତ୍ର ଅନ୍ତିମ ଦିବସରେ ଗୋଟିଲ ବଲ ମଧ୍ୟ ଖେଳ ହୋଇ ପାରି ନ ଥିଲା । ତେବେ ଉଭୟ ଭାରତ ଓ ଇଂଲଣ୍ଡ ଏହି ଟେଷ୍ଟ ମ୍ୟାଚରେ ବିଜୟୀ ହେବା ପାଇଁ ଆଶା ରଖିଥିଲେ ।

ଇଂଲଣ୍ଡ ଦଳ ଅଧିନାୟକ ଜୋ ରୁଟ୍‌ କହିଛନ୍ତି ଯେ ଏହି ପିଚ ପେସ୍‌ ବୋଲରଙ୍କୁ ସୁହାଉଥିବାରୁ ଆମ ପାଇଁ ନିଶ୍ଚିତ ବିଜୟ ସୁଯୋଗ ଥିଲା । ଅନ୍ୟ ପକ୍ଷରେ ଭାରତୀୟ କ୍ରିକେଟ ଦଳ ଅଧିନାୟକ କୋହଲି ମଧ୍ୟ ବିଜୟୀ ହୋଇ ପାରି ଥାନ୍ତେ ବୋଲି କହିଛନ୍ତି । ତେବେ ବର୍ଷା ଶେଷରେ ମୁଖ୍ୟ ଭୂମିକା ଖେଳିଲା । ତେଣୁ ଉଭୟ ଦଳ ପ୍ରଥମ ଟେଷ୍ଟରେ ନିରାଶ ହୋଇଛନ୍ତି ।

ଅଧିନାୟକ ରୁଟ୍‌ କହିଛନ୍ତି ଯେ ଗୁରୁବାର ଠାରୁ ଲର୍ଡ୍ସ ମଇଦାନରେ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦୃଢ଼ ମନବଳ ନେଇ ଖେଳିବୁ । ସେହିପରି କୋହଲି ଅପରିବର୍ତ୍ତତ ଦଳକୁ ନେଇ ଲଢ଼େଇ କରିବାକୁ ପ୍ରସ୍ତୁତ । ତେବେ ପ୍ରଥମ ଟେଷ୍ଟରେ ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ଜଣାଯାଏ ଯେ ପେସ୍‌ ବୋଲରଙ୍କ ଭୂମିକା ସବୁଠାରୁ ଚର୍ଚ୍ଚାରେ ରହିଲା । କାରଣ ଭାରତ ଓ ଇଂଲଣ୍ଡର ପେସ୍‌ ବୋଲର ବ୍ୟାଟ୍ସମ୍ୟାନଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଦିଗରେ ସଫଳ ହେଲେ । ମାତ୍ର ବ୍ୟାଟି ସଫଳତା ମଧ୍ୟରେ ଜୋ ରୁଟଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୀଲା । ସେ ପ୍ରଥମ ଇଂନିସରେ ୬୪ ଓ ଦ୍ୱିତୀୟ ଇଂନିସରେ ୧୦୯ ରନର ଏକ ମଜଭୂତ ଇଂନିସ ଖେଳିଥିବା ବେଳେ ଅଧିନାୟକ କୋହଲି ପ୍ରଥମ ଇଂନିସରେ ଖାତା ଖୋଲି ପାରିଲେ ନାହିଁ । କେବଳ କେଏଲ ରାହୁଲଙ୍କ ୮୪ ଓ ୨୬ ରନ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧ ଶତକ ଭାରତର ପ୍ରଥମ ଇଂନିସ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇ ପାରିଥିଲା । ତେବେ ଲର୍ଡ୍ସ ଟେଷ୍ଟରେ ପୁଣି ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ ।

ପ୍ରଥମ ଟେଷ୍ଟରେ ଭାରତ ୪ ପେସ୍‌ ବୋଲରଙ୍କ ସହିତ ଜଣେ ସ୍ପିନରଙ୍କୁ ନେଇ ଖେଳିଥିଲା । ଏହି ଫର୍ମୁଲା ସଫଳ ହୋଇ ଥିବାରୁ ଦ୍ୱିତୀୟ ଟେଷ୍ଟ ପାଇଁ ଆଉ ବିଶେଷ ପରିବର୍ତ୍ତନ କରିବ ନାହିଁ ବୋଲି ଅନୁମାନ । କାରଣ ଜୁନ ମାସରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ଭାରତ ତିନି ପେସର ଓ ଦୁଇ ସ୍ପିନରଙ୍କୁ ନେଇ ଖେଳିବା ଫଳରେ ହାର ମାନିଲା । କାରଣ ନ୍ୟୁଜିଲାଣ୍ଡ କେବଳ ପେସ୍‌ ବୋଲରଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରବଳ ଚାପ ପକାଇବା ସହିତ ଏହି ଐତିହାସିକ ମ୍ୟାଚ ଅତି ସହଜରେ ଜିଣି ନେଇଥିଲା । ତେଣୁ ଇଂଲଣ୍ଡ ବି କ୍ଷ ସିରିଜରେ ମୁଖ୍ୟତଃ ପେସ୍‌ ବୋଲରଙ୍କୁ ନେଇ ଭାରତ ଲଢ଼େଇ କରିବା ଯୋଜନାରେ ରହିଛି । ମାତ୍ର ଦଳର ବ୍ୟାଟିଂ ଲାଇନରେ ସୁଧାର ଆଣିବା ଜରୁରୀ ମନେହୁଏ । ନ୍‌ଚେତ ଇଂଲଣ୍ଡକୁ ମୁକାବିଲା କରିବା କଷ୍ଟକର ହୋଇ ପଡିବ । ।

Get real time updates directly on you device, subscribe now.