IND vs ENG 3rd ODI: ୩ୟ ଦିନିକିଆରେ ଶତକ କଲେ ଶୁଭମନ ଗିଲ୍‌, ହାସଲ କଲେ ନୂଆ ରେକର୍ଡ

୩ୟ ଦିନିକିଆରେ ଶତକ ମାରିଲେ ଶୁଭମନ୍ ଗିଲ୍ । ଭାରତର ସ୍କୋର 246 ରନ୍‌ ଟପିଲା ।

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଜାରି ରହିଛି । ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ ।

ଏହାରି ଭିତରେ ଯୁବ ବ୍ୟାଟର ଶୁଭମନ ଗିଲ୍ ଶତକ କରିଛନ୍ତି । ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆର ଆରମ୍ଭ ନିରାଶଜନକ ରହିଥିଲେ ସୁଦ୍ଧା ଜଲଓ୍ବା ଦେଖାଇଛନ୍ତି ଗିଲ୍ ।

ନିରାଶ କଲେ ରୋହିତ-  ଖେଳ ଆରମ୍ଭରୁ ନିରାଶ କରିଥିଲେ ଅଧିନାୟକ । ରୋହିତ ଶର୍ମା ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଏହାପରେ ଶୁଭମନ ଗିଲ ଏବଂ ବିରାଟ କୋହଲି ଟିମ୍‌ର ଭାର ସମ୍ଭାଳିଥିଲେ । ପରେ କୋହଲି ଅର୍ଦ୍ଧଶତକ କରି ଆଉଟ୍ ହୋଇଯାଇଥିଲେ ।

ଶତକ ମାରିଲେ ଗିଲ୍:   କିନ୍ତୁ ଗିଲଙ୍କ ବ୍ୟାଟ ଅଟକି ନଥିଲା । ତେବେ ଶତକ କରିଥିଲେ । ତେବେ ଖବର ଲେଖାଯିବା ସୁଦ୍ଧା ଗିଲ ମଧ୍ୟ ଆଉଟ୍ ହୋଇଯାଇଛନ୍ତି । 102 ବଲରେ 112 ରନ୍ କରି ଆଉଟ୍ ହୋଇଛନ୍ତି ।

ଗିଲଙ୍କ ନୂଆ ରେକର୍ଡ- ଶୁଭମନ୍ ଦିନିକିଆ ଇତିହାସରେ ୨୫୦୦ ରନ ପୂରଣ କରିଥିବା ବ୍ୟାଟର ହୋଇଛନ୍ତି । ଶୁଭମନ ଗିଲ ୫୦ଟି ଦିନିକିଆ ମ୍ୟାଚ୍‌ରେ ଏହି ରନ୍‌ କରିଛନ୍ତି ।