ବାରବାଟୀ ତ ଥିଲା ଟ୍ରେଲର, ଅହମଦାବାଦରେ ଦେଖିବେ ପିକ୍‌ଚର! ‘ହିଟ୍‌ମ୍ୟାନ’ଙ୍କ ଦମରେ ଭାରତ କରୁଛି ୩-୦ର ପ୍ରସ୍ତୁତି

ବାରବାଟୀରେ ବିସ୍ଫୋରକ ଶତକ ହାସଲ କରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି।

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡର ଟିମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱାନଡେ ସିରିଜର ତୃତୀୟ ମୁକାବିଲାରେ ମୁହାଁମୁହିଁ ହେବେ। ଟିମ ଇଣ୍ଡିଆ କଟକ ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪ ୱିକେଟରେ ବଡ଼ ବିଜୟ ହାସଲ କରିଥିଲା।

ଗତ ଚାରି ମାସରୁ ଏକ ଭଲ ଇଂନିସ ଖୋଜୁଥିବା ରୋହିତ ଶର୍ମା କଟକରେ ଧମାକାଦାର ଛକା ମାରି ନିଜର ୩୨ତମ ୱାନଡେ ଶତକ ପୂରଣ କରିଛନ୍ତି। ରୋହିତ ଏହି ଶତକ ସହ ଇଣ୍ଟରନେସନାଲ କ୍ରିକେଟରେ ବହୁ ସମୟ ପରେ ନିଜ ଫର୍ମକୁ ଫେରିଛନ୍ତି। ଏହି ଶତକ ମାରି ସେ ଆଲୋଚକଙ୍କ ମୁହଁ ଚୁପ କରିଦେଇଛନ୍ତି।

ବର୍ତ୍ତମାନ ଅହମଦାବାଦରେ ଫ୍ୟନ୍ସଙ୍କ ନଜର ହିଟମ୍ୟାନଙ୍କ ଉପରେ ଅଛି। ଏହି ମଇଦାନ ରୋହିତଙ୍କ ପାଇଁ ଖୁବ ଖାସ, ଏଠାରେ ସେ ଭଲ ରନ କରିପାରନ୍ତି। ରୋହିତ ଏହି ମଇଦାନରେ ସାତୋଟି ଇଂନିସରେ ୩୫୪ ରନ କରିଛନ୍ତି।

୨୦୨୦ ମସିହା ପରେ ସେ ଏହି ଷ୍ଟାଡିୟମରେ ୫ ଥର ଖେଳିଛନ୍ତି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ୪୨.୨୦ରେ ୨୧୧ ରନ କରିଛନ୍ତି। ଏହି ସମୟରେ ତାଙ୍କର ହାଇ ସ୍କୋର ୮୬ ରନ ଥିଲା। ଏଥିପାଇଁ ଆଶା କରାଯାଉଛି ଯେ, ରୋହିତ ଅହମଦାବାଦରେ ଶତକ ମାରିପାରିବେ।