ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କଲା ବଡ଼ ପରିବର୍ତ୍ତନ, ୧୯ ବର୍ଷୀୟ ଦ୍ରୁତ ବୋଲରଙ୍କୁ କରାଗଲା ଟିମରେ ସାମିଲ୍
ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚର ସିରିଜ ୨୦ ଜୁନ ୨୦୨୫ରେ ଖେଳାଯିବ। ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଏକ ବଡ଼ ଝଟକା ଲାଗିଛି।
ଟିମର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଯାଇଛନ୍ତି। ଯାହା ପାଇଁ ତାଙ୍କ ଇଂଲଣ୍ଡ ଟିମ ଜୋଶ ଟଙ୍ଗଙ୍କ ସ୍ଥାନରେ ୧୯ ବର୍ଷୀୟ ଯୁବ ବୋଲର ଏଡି ଜକଙ୍କୁ ସାମିଲ କରିଛନ୍ତି।
ଇଂଲଣ୍ଡ ଦଳର ଅଧିକାଂଶ ବୋଲର ଆଘାତ ଯୋଗୁଁ ପୂର୍ବରୁ ଦଳରୁ ବାହାରେ ଥିଲେ। ଦ୍ରୁତ ବୋଲର ମାର୍କ ଉଡ୍ ପୂର୍ବରୁ ଦଳରୁ ବାହାରେ ଅଛନ୍ତି, ଜୋଫ୍ରା ଆର୍ଚର ମଧ୍ୟ ପ୍ରଥମ ମ୍ୟାଚ୍ ପାଇଁ ନାହାନ୍ତି। ଏହା ବ୍ୟତୀତ, ଜିମ୍ବାୱେ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିଥିବା ଗସ୍ ଆଟକିନସନ୍ ହାମଷ୍ଟ୍ରିଙ୍ଗ୍ ଆଘାତରେ ପୀଡିତ।
ଏବେ ଦଳକୁ ଜୋଶ୍ ଟଙ୍ଗ୍ ରୂପରେ ଆଉ ଏକ ଝଟକା ଲାଗିଛି ଯିଏ ଆଘାତ ଯୋଗୁଁ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ରୁ ବାହାରେ ରହିପାରନ୍ତି। ଇଣ୍ଡିଆ ଏ ବିପକ୍ଷରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳୁଥିବା ସମୟରେ ଟଙ୍ଗ୍ ଦ୍ୱିତୀୟ ଇନିଂସରେ ବୋଲିଂ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ସେ ପ୍ରଥମ ଇନିଂସରେ 20.3 ଓଭର ବୋଲିଂ କରି ଦୁଇଟି ୱିକେଟ୍ ନେଇଥିଲେ, କିନ୍ତୁ ଦ୍ୱିତୀୟ ଇନିଂସରେ ମାତ୍ର ଚାରି ଓଭର ବୋଲିଂ କରିବା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ଯଦିଓ ତାଙ୍କ ଆଘାତ କେତେ ଗମ୍ଭୀର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଇଂଲଣ୍ଡ ବୋର୍ଡ ଏହି ମାମଲାରେ କୌଣସି ବିପଦ ନେବାକୁ ଚାହିଁବ ନାହିଁ।