fbpx

କରୋନା ସଂକ୍ରମଣ ଆତଙ୍କ: ଆଶଙ୍କାରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

ଲଣ୍ଡନ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ କରୋନା ଆତଙ୍କ ସୃଷ୍ଟି କରିଛି । କାରଣ ମୁଖ୍ୟ କୋଚ ରବି ଶାସ୍ତ୍ରୀ ,ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନାରେ ସଂକ୍ରମିତ ହେବା ପରେ ଗୁରୁବାର ଦିନ ଦଳର ଜୁନିୟର ଫିଜିଓଥେରାପିଷ୍ଟ ଯୋଗେଶ ପର୍ମର ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୁଖ୍ୟ ଫିଜିଓଥେରାପିଷ୍ଟ ନୀତିନ ପଟେଲ ଏହି କୋଚଙ୍କ ସଂସ୍ପର୍ଶରେ ଆସି ଥିବାରୁ ତାଙ୍କୁ ମଧ୍ୟ ଏକାନ୍ତ ବାସରେ ରଖା ଯାଇଛି । ଏହା ସହିତ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କର କରୋନା ଆରଟି- ପିସିସିଆର ପରୀକ୍ଷା କରାଯାଇଛି । ଏହି ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ଖେଳାଳି ମଇଦାନକୁ ଓହ୍ଲାଇ ପାରିବେ ନାହିଁ । ତେଣୁ ବର୍ତ୍ତମାନ ଭାରତୀୟ ଦଳ ପାଇଁ କୌଣସି କୋଚ କିମ୍ବା ଫିଜିଓଥେରାପିଷ୍ଟ ନାହାନ୍ତି । ତେବେ ଏହି ପରିସ୍ଥିତିରେ ଭାରତ ପଞ୍ଚମ ଟେଷ୍ଟ ବାଜ୍ୟାପ୍ତି କରିବା ଉଚିତ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ଚାହୁଁଛି । ମାତ୍ର ବିସିସିଆଇ ଏଥିରେ ରାଜି ନାହିଁ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଭାରତୀୟ ଦଳ ପାଇଁ ବର୍ତ୍ତମାନ ଜଟିଳ ପରିସ୍ଥିତି ଉପୁଜି ଥିବା ବେଳେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଭାରତୀୟ ଦଳ ପାଇଁ ଜଣେ ଫିଜିଓଥେରାପିଷ୍ଟ ବ୍ୟବସ୍ଥା କରିବା ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛି ବିସିସିଆଇ । ତେବେ ଶୁକ୍ରବାର ଠାରୁ ଅନୁଷ୍ଠିତ ହେବାକୁ ଥିବା ଭାରତ ଇଂଲଣ୍ଡ ପଞ୍ଚମ ଟେଷ୍ଟ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି ବୋଲି ଗାଙ୍ଗୁଲି କହିଛନ୍ତି । ଏଭଳି ପରିସ୍ଥିତି ଉପୁଜିବା ଫଳରେ ଗୁରୁବାର ଦିନ ଭାରତୀୟ ଦଳର ତାଲିମ ସେସନ ବାତିଲ କରା ଯାଇଥିଲା । ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟ ଅବସରରେ ଉପରୋକ୍ତ ତିନି କୋଚଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତେ ଏକାନ୍ତ ବାସରେ ଅଛନ୍ତି । ସେହିରି ଭାରତୀୟ ଦଳର ଫିଜିଓଥେରାପିଷ୍ଟ ନୀତିନ ପଟେଲ ସମସ୍ତ କୋଚଙ୍କ ସଂସ୍ପର୍ଶରେ ଆସି ଥିବାରୁ ସେ ମଧ୍ୟ ଆଇସୋଲେସନରେ ଅଛନ୍ତି । ରିପୋର୍ଟ ନେଗେଟିଭ ଆସିଲେ ଏମାନେ ଭାରତୀୟ ଦଳ ସହିତ ମିଳାମିଶା କରି ପାରିବେ । ତେବେ ସୌଭାଗ୍ୟର କଥା ହେଲା ଯେ ଭାରତୀୟ ଦଳର କୌଣସି ଖେଳାଳି ଏହି ମହାମାରୀରେ ଆକ୍ରାନ୍ତ ହୋଇ ନାହାନ୍ତି ।ମାତ୍ର କରୋନା ପରୀକ୍ଷା ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ।

Get real time updates directly on you device, subscribe now.