fbpx

ଗର୍ଜିଲା ରୋହିତ-ରାହୁଲଙ୍କ ବ୍ୟାଟ୍, ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ରାଞ୍ଚି : ପୁଣି ରୋହିତ ବାହିନୀଙ୍କ ଦମଦାର ପ୍ରଦର୍ଶନ। କୋଚ୍ ରାହୁଲ ଦ୍ରାବିଡ ଏବଂ ରୋହିତଙ୍କ ନେତୃତ୍ଵରେ ଉତ୍ସାହିତ ଭାରତୀୟ ଦଳ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍ରେ ମାତ୍ ଦେଇଛି। ଓପନର କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ସହଜରେ ପରାସ୍ତ କରିଛି। ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂର ମୁକାବିଲା କରିନପାରି ୬ ଓ୍ଵିକେଟ୍ ହରାଇ ୧୫୩ ରନ କରିଥିଲା। ଲକ୍ଷ୍ୟର ପିଛା କରି ଲୋକେଶ ରାହୁଲଙ୍କ ୬୫ ରନ ଏବଂ ରୋହିତ ଶର୍ମାଙ୍କ ୫୫ ବଳରେ ୧୭.୨ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି। ଦୁଇ ଓପନର ପ୍ରଥମ ଓ୍ଵିକେଟରେ ୧୩.୨ ଓଭରରେ ୧୧୭ ରନ ଯୋଡି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଋଷଭ ପନ୍ତ ବିଜୟ ସୂଚକ ଛକା ମାରି ୬ ବଲରୁ ୧୨ ରନ କରି ଅପରାଜିତ ଥିଲେ। ପଦାପର୍ଣ ମ୍ୟାଚ୍ ଖେଳିଥିବା ହର୍ଷଲ ପଟେଲ୍ ପ୍ରଭାବଶାଳୀ ବୋଲିଂ କରି ୨ ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.