fbpx

କାନପୁର ଟେଷ୍ଟ: ୨୩୪/୭ ରନ୍‌ରେ ଭାରତର ଦ୍ୱିତୀୟ ପାଳି ସମାପ୍ତି ଘୋଷଣା, ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ ବିଜୟ ଲକ୍ଷ୍ୟ

କାନପୁର: ସ୍ଥାନୀୟ ଗ୍ରିନପାର୍କ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ୨୮୪ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ପ୍ରଥମ ଇନିଂସରେ ୩୪୫ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ ହରାଇ ୨୩୪ ରନ କରିବା ପରେ ପାଳି ସମାପ୍ତି ଘୋଷଣା କରିଛି । ଗତକାଲି ଚତୁର୍ଥ ଦିନ ଖେଳ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ହରାଇ ୧୪ ରନ କରିଥିଲା ।

ଚତୁର୍ଥ ଦିନ ଖେଳ ଆରମ୍ଭ କରି ଭାରତ ବଡ ବି ଦର ସମ୍ମୁଖୀନ ହେବା ସହିତ ୫୧ ରନରେ ହରାଇଥିଲା ୫ ୱିକେଟ । ତେବେ ପ୍ରଥମ ଇନିଂସର ଶତକ ହାସଲ କାରୀ ଶ୍ରେୟସ ଆୟାର ୬୫, ରବିଚନ୍ଦ୍ରନ ଅଶ୍ୱିନ ୩୨ ,ୱିକେଟ କିର ରିଦ୍ଦିମାନ ଶାହ ଅପରାଜିତ ୬୧ ଓ ଅକ୍ଷର ପଟେଲ ଅପରାଜିତ ୨୮ ରନ କରିବା ଫଳରେ ଭାରତ ୨୩୪/୭ ରନ ସଂଗ୍ରହ ସହିତ ପାଳି ସମାପ୍ତି ଘୋଷଣା କରିଥିଲା । ଦଳର ପୁରୁଖା ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୨୨ ଓ ଏହି ଟେଷ୍ଟରେ ଅଧିନାୟକତ୍ୱ କରିଥିବା ଅଜିଙ୍କ୍ୟ ରାହାଣେ ୪ ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ବେସ୍‌ ବୋଲର ଟିମ୍‌ ସାଉଦି କାୟଲ ଜେମିସନ ପ୍ରତ୍ୟେକ ୩ ଳେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡ ପୁଣି ଦ୍ୱିତୀୟ ଇନିଂସ ଆରମ୍ଭ କରି ଚତୁର୍ଥ ଦିନ ଖେଳ ସମାପ୍ତ ବେଳକୁ ଗୋଟିଏ ୱିକେଟ ହରାଇ ୪ ରନ କରିଛି ।

Get real time updates directly on you device, subscribe now.