fbpx

IND vs NZ: ଭାରତ ନାଁରେ ଆଉ ଏକ ନୂଆ ରେକର୍ଡ, ଏପରି କରିବାରେ ଟିମ୍ ଇଣ୍ଡିଆ ହେଲା ପ୍ରଥମ; ଜାଣନ୍ତୁ କଣ

ନୂଆଦିଲ୍ଲୀ: ନୂତନ ଅଧିନାୟକ ରୋହିତ୍ ଶର୍ମାଙ୍କ କ୍ୟାପଟେନସିପ୍ ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ୫ଟି ୱିକେଟ୍ ରେ ନ୍ୟୁଜିଲାଣ୍ଡକୁ ହରାଇ ତିନିଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ରେ ୧-୦ ପଏଣ୍ଟ ହାସଲ କରିଛି । ଟିମ୍ କୁ ଜିତାଇବାରେ ଗତକାଲିର ମ୍ୟାଚ୍ ରେ ରୋହିତ୍ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ମୁଖ୍ୟ ଭୁମିକା ନିଭାଇଥିଲେ । ରନ୍ ର ଲକ୍ଷକୁ ପୂରା କରିବାକୁ ଯାଇ ଭାରତୀୟ ଟିମ୍ ଏହି ମ୍ୟାଚ୍ ରେ ଟି-୨୦ ଫର୍ମାଟ୍ ରେ ନିଜର ୫୦ତମ ବିଜୟ ପଞ୍ଜିକୃତ କରିଛି ।

ଏହା ସହିତ ଭାରତୀୟ ଟିମ୍ ନୂଆ ଏକ ଇତିହାସ ରଚିଛି । କାରଣ ଏହା ପୂର୍ବରୁ କୌଣସି ବି ଟିମ୍ ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିପାରିନାହାନ୍ତି । ଏହି ମ୍ୟାଚ୍ ର ପୂର୍ବ ପର୍ଯ୍ୟନ୍ତ ରନ୍ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ, ଭାରତ ଓ ଅଷ୍ଟ୍ରେଲିୟା ଏକାସାଙ୍ଗରେ ୪୯ଟି ମ୍ୟାଚ୍ ଜିତିଛନ୍ତି । ହେଲେ ଏବେ ଭ।।ରତୀୟ ଟିମ୍ ଆଗକୁ ଚାଲିଯାଇଛି । ଭାରତୀୟ ଟିମ୍ ଏବେ ୫୦ଟି ମ୍ୟାଚ୍ ଜିତି ଇତିହାସ ସୃଷ୍ଟି କରିଛି । ତେବେ ପାକିସ୍ତାନ, ଭାରତ ଓ ଅଷ୍ଟ୍ରେଲିୟା ବ୍ୟତୀତ ସବୁଠାରୁ ଅଧିକ ମ୍ୟାଚ୍ ଜିତିଥିବା ଟିମ୍ ମଧ୍ୟରେ ରହିଛି ଇଂଲଣ୍ଡ, ଦକ୍ଷିଣ ଆଫିକ୍ରା ଓ ନ୍ୟୁଜିଲାଣ୍ଡ । ଏହି ତିନିଟି ଟିମ୍ ଯଥାକ୍ରମେ; ୪୨, ୩୫ ଓ ୩୨ ଟି ମ୍ୟାଚ୍ ଜିତିଛନ୍ତି ।

ତେବେ ଜୟପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଭାରତ ଜିତି ନେଇଛି । ଶେଷ ଓଭର ଥ୍ରିଲରକୁ ଜିତିବା ସହିତ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ୧୬୫ରନର ପିଛା କରୁଥିବା ଭାରତ ପକ୍ଷରୁ ସୂର୍ୟ୍ୟ କୁମାର ଯାଦବ ଚମକ୍ରାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦୁଇଟି ବଲ ପୂର୍ବରୁ ୫ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଭାରତ । ଋଷଭ ପନ୍ତ ଭାରତ ପକ୍ଷରୁ ବିଜୟ ସୂଚକ ଚୌକା ମାରିଥିଲେ । ପ୍ରଥମ ୱିକେଟରେ କେ ଏଲ୍ ରାହୁଲ(୧୫) ଓ ରୋହିତ ଶର୍ମା(୪୮) ୫୦ ରନ ଯୋଡିଥିଲେ । ରୋହିତ ୩୬ ବଲ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ । ଅନ୍ୟପକ୍ଷରେ ଭାରତର ଟପ ସ୍କୋରର ସୂର୍ୟ୍ୟ ୪୦ ବଲ ଖେଳି ୬୨ ରନ କରିଥିଲେ । ରୋହିତ ଏବଂ ସୂର୍ୟ୍ୟ ବ୍ୟାଟିଂ କରୁଥିବା ସମୟରେ ୨୪ ବଲରୁ ୨୩ରନ ଆବଶ୍ୟକ ଥିଲା । ତେବେ ୧୮ ଓ ୧୯ ତମ ଓଭରରେ ନ୍ୟୁଜିଲାଣ୍ଡ ମାତ୍ର ୭ ରନ ବ୍ୟୟ କରି ମ୍ୟାଚକୁ ଫେରିଥିଲା । ଅନ୍ତିମ ଓଭରରେ ୧୦ ରନ ଆବଶ୍ୟକ ରହିଥିବା ବେଳେ କ୍ରିଜରେ ଥିଲେ ଭେଙ୍କଟେଶ ଆୟର ଓ ପନ୍ତ । ପଦାର୍ପଣ କାରୀ ଆୟର ଚୌକାରୁ ନିଜର ପ୍ରଥମ ରନ ସଂଗ୍ରହ କରିବା ପରେ ଆଉଟ ହୋଇଥିଲେ । ଏହାପରେ ଚୌକା ମାରି ପନ୍ତ ମ୍ୟାଚ ଶେଷ କରିଥିଲେ ।

 

Get real time updates directly on you device, subscribe now.