fbpx

କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ କଳାର ଦିନ; ଅଲିମ୍ପିକ୍ ହେଉ କି କ୍ରିକେଟ୍ ସବୁଠି ହାର୍ ମାନୁଛି ଭାରତ, ଶେଷରେ ଶ୍ରୀଲଙ୍କାଠୁ ବି ହାରିଲା

୨୭ ବର୍ଷ ପରେ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ଭାରତକୁ ପରାସ୍ତ କରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରେ ଶ୍ରୀଲଙ୍କା ଭାରତକୁ ୧୧୦ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ସିରିଜ୍ କୁ ୨-୦ରେ ଦଖଲ କରିନେଇଛି। ଦ୍ବିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କା ମଧ୍ୟ ଭାରତକୁ ପରାସ୍ତ କରିଥିଲା। ପ୍ରଥମ ଦିନିକିଆ ଟାଇ ହୋଇଥିଲା। କଲମ୍ବୋରେ ବୁଧବାର ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୧୩୮ ରନ୍ ସଂଗ୍ରହ କରିଥିଲା। ଶ୍ରୀଲଙ୍କାର ଏହି ବିଜୟ ଐତିହାସିକ। ସେ ୨୭ ବର୍ଷ ପରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ରେ ଭାରତକୁ ପରାସ୍ତ କରିଛନ୍ତି। ଭାରତ ପକ୍ଷରୁ ରୋହିତ ଶର୍ମା ୩୫ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ୩୦ ରନ୍ କରିଥିଲେ।

କୋହଲି ୨୦ ରନ୍ କରିଥିବା ବେଳେ ରିୟାନ୍ ୧୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଡୁନିଥ୍ ୱେଲାଲେଜ୍ ୫ଟି ୱିକେଟ୍ ନେଇଥିଲେ। ସେ ୫.୧ ଓଭରରେ ୨୭ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଥିକ୍ସାନା ଓ ଭାଣ୍ଡରସେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷ ଏହି ଶୃଙ୍ଖଳାରେ ଭାରତର ଅଧିକାଂଶ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ରୋହିତ ଶର୍ମା ଦଳକୁ ଭଲ ଆରମ୍ଭ ଦେବାକୁ ଚେଷ୍ଟା କରିଥିଲେ, ସେ ୨୦ ବଲରେ ୩୫ ରନ୍ କରିଥିଲେ। ଏହି ସମୟରେ ସେ ୬ଟି ଚୌକା ଓ ୧ଟି ଛକା ମାରିଥିଲେ। ଶୁଭମନ ଗିଲ୍ ୬ ରନ୍ କରିଥିଲେ। ବିରାଟ କୋହଲି ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ସେ ୧୮ଟି ବଲ୍ ର ସମ୍ମୁଖୀନ ହୋଇ ୪ଟି ଚୌକା ମାରିଥିଲେ। ଋଷଭ ପନ୍ତ ମାତ୍ର ୬ ରନ୍ କରିଥିଲେ। ଶ୍ରେୟସ ଆୟର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅକ୍ଷର ପଟେଲ ୨ ଓ ରିଆନ ପରାଗ ୧୫ ରନ୍ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୪୮ ରନ୍ କରିଥିଲା। ଏହି ସମୟରେ ଅବିଷ୍କା ଫର୍ଣ୍ଣାଣ୍ଡୋ ଚମତ୍କାର ବ୍ୟାଟିଂ କରି ୧୦୨ ବଲ୍ ର ସମ୍ମୁଖୀନ ହୋଇ ୯୬ ରନ୍ କରିଥିଲେ। ଫର୍ଣ୍ଣାଣ୍ଡୋ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ପଥୁମ ନିସାଙ୍କା ୪୫ ରନ୍ କରିଥିଲେ। ସେ ୫ଟି ଚୌକା ଓ ୨ଟି ଛକା ମାରିଛନ୍ତି। କୁଶଲ ମେଣ୍ଡିସ୍ ୫୯ ରନ୍ କରିଥିଲେ। ସେ ୪ଟି ଚୌକା ମାରିଥିଲେ। ଶେଷରେ କାମିନ୍ଦୁ ମେଣ୍ଡିସ୍ ଅପରାଜିତ ୨୩ ରନ୍ କରିଥିଲେ। ସମରବିକ୍ରମା ଶୂନ୍ୟ ରେ ଆଉଟ୍ ହୋଇଥିଲେ।

Get real time updates directly on you device, subscribe now.