fbpx

କୋଭିଡ-୧୯ର ଭୟଙ୍କର ଭାରିଆଣ୍ଟ ‘AY. 4.2’କୁ ନେଇ ଭାରତରେ ଜାରି ହେଲା ଆଲର୍ଟ

Advertisement

ନୂଆଦିଲ୍ଲୀ: କୋଭିଡ-୧୯ର ଏକ ନୂଆ ଭାରିଆଣ୍ଟକୁ ନେଇ ଦେଶରେ ଆଲର୍ଟ ଜାରି କରାଯାଇଛି । ସାର୍ସ କୋଭ ୨ର ଡେଲଟା ଭାରିଆଣ୍ଟିର ଏକ ଉପବଂଶ ବ୍ରିଟେନ ଓ ଆମେରିକାରୁ ଚିହ୍ନଟ ହୋଇଛି । ତେବେ ଡେଲଟା ଷ୍ଟ୍ରେନ ତୁଳନାରେ ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରମିତ ହୋଇପାରେ ବୋଲି ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି । ଏହି ନୂଆ ଭାରିଆଣ୍ଟର ନାମ ହେଉଛି ଏୱାଇ.୪.୨ । ବ୍ରିଟେନରେ ଏହାକୁ ‘ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ’ ଭାବେ ଘୋଷଣା କରାଯାଇଛି ।

ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା ସାର୍ସ କୋଭ ୨ରେ ସଂକ୍ରମିତ ରୋଗୀଙ୍କ ୬୮ ହଜାରରୁ ଅଧିକ ନମୂନାରୁ ଏହି ନୂଆ ଭାରିଆଣ୍ଟର ଚିହ୍ନଟ ହୋଇନାହିଁ । ଇନସାକୋଗ ପ୍ରୋଜେକ୍ଟ ଅଧୀନରେ ଏହି ଜେନୋମ୍ ସିକୁଏନ୍ସିଂ ପ୍ରକ୍ରିୟା ଚାଲିଥିଲା । ତେବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସର୍ଭେଲାନ୍ସକୁ ବୃଦ୍ଧି କରାଯିବା ସହ ନମୂନା ପରୀକ୍ଷଣ କରାଯିବ । ଫଳରେ ଏୱାଇ.୪.୨ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରିବ ବୋଲି ଜାତୀୟ ରୋଗ ନିରାକରଣ କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଦେଶରେ ଡେଲଟାର ଏକ ବଂଶ ବୃଦ୍ଧି ହୋଇଥିବା ନେଇ ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ଗତ ସପ୍ତାହରେ କୁହାଯାଇଥିଲା । ବର୍ତ୍ତମାନ ସମଗ୍ର ବିଶ୍ୱରେ ଆମେରିକାରେ ପରେ ବ୍ରିଟେନରୁ ସବୁଠାର ଅଧିକ ଦୈନିକ କୋଭିଡ୍-୧୯ କେସ୍ ଚିହ୍ନଟ ହେଉଛି । ଏହି ନୂଆ ଷ୍ଟ୍ରେନ ଡେଲଟା ଅପେକ୍ଷା ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରମଣ କରାଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହି ଭାରିଆଣ୍ଟ ଆମେରିକାରେ ମଧ୍ୟ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.