fbpx

ଭାରତ-ପାକିସ୍ତାନଙ୍କୁ ଘାରିଛି ଆହତ ଚିନ୍ତା: ପ୍ଲେଇଙ୍ଗ ୧୧କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଏହି ହାଇ ଭୋଲ୍ଟେଜ ମ୍ୟାଚକୁ ଆଉ ମାତ୍ର କେଇ ମିନିଟ ବାକି ଥିଲେ ବି ଉଭୟ ଦଳ ପାଇଁ ଏକ ବିରାଟ ସମସ୍ୟା ଲାଗି ରହିଛି । ଉଭୟ ଦଳ ଏବେ ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । ଉଭୟ ଦଳର କିଛି ପ୍ଲେୟର ଏବେ ଆହତ ହୋଇଥିବା ବେଳେ ସେମାନଙ୍କ ଖେଳିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ହଂକଂ ବିରୁଦ୍ଧରେ ମ୍ୟାଚ ଖେଳୁଥିବା ସମୟରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଆଘାତ ଲାଗିଥିଲା । ଫଳରେ ସେ ଏବେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତାଙ୍କର ଏହି ଆଘାତ ଖୁବ ଗମ୍ଭୀର ହୋଇଥିବା ନେଇ ସୂଚନା ମିଳିଛି । ତେଣୁ ଆସନ୍ତା ଟି-୨୦ ବିଶ୍ୱକପରେ ତାଙ୍କ ଖେଳିବା ନେଇ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜାଡେଜାଙ୍କ ସ୍ଥାନରେ ଏବେ ଅକ୍ସର ପଟେଲଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ତେବେ ତାଙ୍କୁ ପ୍ଲେଇଙ୍ଗ-୧୧ରେ ସ୍ଥାନ ମିଳିପାରିବ କି ନାହିଁ ତାହା ଏବେ ଦ୍ୱନ୍ଦ୍ୱ ଭିତରେ ରହିଛି ।

India's Jadeja ruled out of Asia Cup with knee injury

ସେହିପରି ପାକିସ୍ତାନରେ ମଧ୍ୟ ସମାନ ପରିସ୍ଥିତି । ଭାରତ ବିପକ୍ଷରେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନକୁ ମଧ୍ୟ ଶକ୍ତ ଝଟକା ଲାଗିଛି । ପାକିସ୍ତାନର ଷ୍ଟାର ପ୍ଲେୟର ଶାହନବାଜ ଦହାନୀ ଆହତ ହୋଇ ଏସିଆ କପରୁ ବାଦ ପଡିଛନ୍ତି । ପାକିସ୍ତାନର ଉଭୟ ମ୍ୟାଚରେ ସେ ଦଳରେ ସ୍ଥାନ ପାଇଥିଲେ ହେଁ ଏବେ ତାଙ୍କ ବିନା ମଇଦାନକୁ ଓହ୍ଲାଇବ ବାବର ବ୍ରିଗେଡ । ଏହାପୂର୍ବରୁ ଦଳର ଷ୍ଟାର ବୋଲର ଶାହୀନ ଶାହ ଆଫ୍ରିଦି ମଧ୍ୟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଦ ଦଳରୁ ପଡିଥିଲେ ।

IND vs PAK Asia Cup 2022: Huge setback for Pakistan as Shahnawaz Dahani  gets ruled out due to injury | Cricket News | Zee News

ଏଭଳି ପରିସ୍ଥିତିରେ ଭାରତ-ପାକିସ୍ତାନ ଭଳି ହାଇ ଭୋଲ୍ଟେଜ ମ୍ୟାଚର ପ୍ଲେଇଙ୍ଗ ୧୧ ଉପରେ ସମସ୍ତଙ୍କ ନଜର । କେଉଁ କମ୍ବିନେସନ ସହ ମାଇଦାନକୁ ଓହ୍ଲାଇବେ ରୋହିତ ଏବଂ ବାବର ? ଏହି ପ୍ରଶ୍ନ ଏବେ ସବୁ କ୍ରିକେଟପ୍ରେମୀଙ୍କ ମୁହଁରେ । ଆଜିର ମ୍ୟାଚ ମଧ୍ୟ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.