fbpx
BSKY SKY
BSKY SKY

(Video) ୭୭ତମ ସ୍ୱାଧିନତା ଦିବସ ପାଳନ କରୁଛି ଦେଶ: ଦେଶବାସୀଙ୍କୁ PM ମୋଦୀଙ୍କ ସମ୍ବୋଧନ

BSKY

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ମ ଥର ପାଇଁ ଦିଲ୍ଲୀର ଐତିହାସିକ ଲାଲକିଲା ପ୍ରାଚୀରରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ସ୍ୱାଧିନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜି ଉତ୍ସାହର ବାତାବରଣ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି ।

ଆଜି ଲାଲକିଲାରେ ତ୍ରିରଙ୍ଗା ଅନାବରଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏଥିସହିତ ଟ୍ୱିଟ ମାଧ୍ୟମରେ ଦେଶବାସୀଙ୍କୁ ସ୍ୱତନ୍ତ୍ରତା ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ‘ଆସନ୍ତୁ, ଏହି ଐତିହାସିକ ମୁହୂର୍ତ୍ତର ଅମୃତକାଳରେ ବିକଶିତ ଭାରତର ସଂକଳ୍ପକୁ ଆହୁରି ସଶକ୍ତି କରିବା । ଜୟ ହିନ୍ଦ’ ବୋଲି ମୋଦୀ କହିଥିଲେ ।

ଏଥିସହିତ ମୋଦୀ କହିଥିଲେ, ଜନସଂଖ୍ୟା ଦୃଷ୍ଟିରୁ ଭାରତ ଆଜି ବିଶ୍ୱର ଏକନମ୍ବର ଦେଶ । ଏହି ବିଶାଳ ଦେଶ ନିଜର ପରିବାର ସହ ଆଜି ସ୍ୱାଧିନତାର ପର୍ବ ମନାଉଛି । ପୂଜ୍ୟ ବାପୁଙ୍କ ନେତୃତ୍ୱରେ ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି ମୁଁ ସେମାନଙ୍କୁ ପ୍ରଣାମ କରୁଛି । ପ୍ରାକୃତିକ ବିପର୍ଯ୍ୟୟ ଦେଶର ବିଭିନ୍ନ ସ୍ଥାନରେ ଅକଳ୍ପନୀୟ ସଙ୍କଟ ସୃଷ୍ଟି କରିଥିଲା । ଯେଉଁମାନେ ଏଭଳି ବିପଦ ସମୟରେ ଧୈର୍ଯ୍ୟ ନ ହରାଇ ଲଢ଼େଇ କରିଥିଲେ ସେମାନଙ୍କ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି ।

Get real time updates directly on you device, subscribe now.