ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ୧୧ଟି ଏୟାରପୋର୍ଟ ବନ୍ଦ କଲା ଭାରତ। ଏହା ଭାରତର ବଡ଼ ଘୋଷଣା। ୭ଟି ରାଜ୍ୟର ୧୧ଟି ଏୟାରପୋର୍ଟ ବନ୍ଦ ହୋଇଛି। ଜମ୍ମୁ, ଶ୍ରୀନଗର, ଭୁଜ, ଅମୃତସର, ଲେହ, ଜାମନଗର, ଯୋଧପୁର, ରାଜକୋଟ, ଚଣ୍ଡିଗଡ଼, ବିକାନେର,ଧର୍ମଶାଳା ଏୟାରପୋର୍ଟକୁ ବନ୍ଦ କରାଯାଇଛି।
ସୂଚନାନୁଯାୟୀ, ମେ ୧୦ ତାରିଖ ଯାଏଁ ୯ଟି ଏୟାରପୋର୍ଟ ବନ୍ଦ ରହିବ। ଏଥିସହ ପିଏମ ମୋଦୀଙ୍କର ବିଦେଶ ଗସ୍ତକୁ ବାତିଲ କରାଯାଇଛି। ପିଏମ ମୋଦୀ ନରୱେ, କ୍ରୋଏସିଆ, ନେଦରଲ୍ୟାଣ୍ଡ ଗସ୍ତ ବାତିଲ ହୋଇଛି। ପାକିସ୍ତାନ ସହ ଉତ୍ତେଜନା ଭିତରେ ଗସ୍ତକୁ ବାତିଲ କରାଯାଇଛି।
ପରେସନ ସିନ୍ଦୂର ପରେ ଇଣ୍ଡିଗୋ ବିମାନକୁ ଧମକ କଲ୍ । ସୂତ୍ର ଅନୁସାରେ, ମୁମ୍ବାଇର ସହର ବିମାନବନ୍ଦରର ହଟଲାଇନ୍କୁ ଏକ ଫୋନ୍ କଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା, ଯେଉଁଥିରେ ଇଣ୍ଡିଗୋର ଏକ ବିମାନରେ ବିସ୍ଫୋରକ ଥିବା ନେଇ ସତର୍କ କରାଯାଇଥିଲା।