fbpx

ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ: ଷୋଡ଼ଶ ଅର୍ଥକମିଶନ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନ୍‍ଗାରିୟା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଦେଶ ଯେଉଁ ଅଭିବୃଦ୍ଧି ହାରରେ ଆଗକୁ ବଢୁଛି, ତାହା ଆଗାମୀ ଦିନରେ ଜାରି ରହିଲେ ଭାରତ ତୃତୀୟ ଅର୍ଥନୀତିରେ ପରିଣତ ହେବ ।

ସେ କହିଛନ୍ତି, ଗତ ୨୦ ବର୍ଷରେ ଡଲାରହାରରେ ଅଭିବୃଦ୍ଧି ୮ ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ୱରେ ଦେଖା ଦେଇଥିବା ମାନ୍ଦାବସ୍ଥା ଏବଂ କୋଭିଡ୍‍ ପରିସ୍ଥିତି ସତ୍ତେ୍ୱ ଭାରତର ଅଭିବୃଦ୍ଧି ସନ୍ତୋଷଜନକ ରହିଛି । ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପାନ୍‍ଗାରିୟା କହିଛନ୍ତି, ଭାରତ ଏବେ ଦାରିଦ୍ର୍ୟରୁ ବାହାରକୁ ଆସିଛି । ଆଗାମୀ ଦିନରେ ଦେଶର ବୃହତ୍‍ ମାନବ ସମ୍ବଳକୁ କୃଷି କ୍ଷେତ୍ରରୁ ବାହାରକୁ ଆଣି ଶିଳ୍ପ ଏବଂ ସେବା ଦିଗରେ ନିୟୋଜିତ କରିବାର ଆବଶ୍ୟକତା ଉପରେ ସେ ଜୋର୍‍ ଦେଇଛନ୍ତି ।

Get real time updates directly on you device, subscribe now.