fbpx
BSKY SKY
BSKY SKY

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କମାଲ୍: ଗୋଟିଏ ଓଭରରେ କୁଟିଲେ ୬ଟି ଛକା, ଦେଖନ୍ତୁ Video

BSKY

ନୂଆଦିଲ୍ଲୀ: କ୍ରିକେଟରେ ବେଳେବେଳେ ଏପରି କିଛି କମାଲ ଦେଖିବାକୁ ମିଳିଥାଏ, ତାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ତେବେ ନିକଟରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଏପରି ଏକ ରେକର୍ଡ କରିଛନ୍ତି । ପୁଡୁଚେରୀ ଠାରେ ଅନୁଷ୍ଠିତ ଏକ ଟି-୧୦ ଲିଗରେ ଏପରି କିଛି ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟର କୃଷ୍ଣା ପାଣ୍ଡେ ଏହି ବିରଳ ରେକର୍ଡ ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି ।

କ୍ରିଷ୍ଣା ଗୋଟିଏ ଓଭରରେ ୬ଟି ବଲରେ ଛଟି ଛକା ମାରି ପ୍ରତିପକ୍ଷ ବୋଲରଙ୍କ ନିଦ ହଜାଇ ଦେଇଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯିଏ କ୍ରିଷ୍ଣାଙ୍କ ସଟ୍ ଦେଖୁଛି ସିଏ ବାଃବାଃ କରୁଛି । ଟି-୧୦ ଲିଗର ପାଟ୍ରିଅଟ୍ସ ଟିମ ପକ୍ଷରୁ ଖେଳିବା ଅବସରରେ କ୍ରିଷ୍ଣା ଏହି ଶାନଦାର ପ୍ରଦର୍ଶନ କରିଥିଲେ ।

ଜଣାପଡ଼ିଛି ଯେ, ପାଟ୍ରିଅଟ୍ସ ଟିମ ନିର୍ଦ୍ଧାରିତ ୧୦ ଓଭରରେ ୧୫୮ ରନର ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଟିଭ ୫ ଓଭରରେ ଗୋଟିଏ ୱିକେଟ ହରାଇ ମାତ୍ର ୪୧ ରନ ସଂଗ୍ରହ କରିଥିଲା । ମ୍ୟାଚରେ ଜିତିବା ପାଇଁ ମାତ୍ର ୩୦ଟି ବଲରେ ୧୧୭ର ଆବଶ୍ୟକତା ଥିଲା । ସେ ସମୟରେ କୃଷ୍ଣା ଷଷ୍ଠ ଓଭରରେ ଷ୍ଟ୍ରାଇକରେ ଥିଲେ । କ୍ରିଷ୍ଣା ପ୍ରତିପକ୍ଷ ନିତେଶ ଠାକୁରଙ୍କ ଓଭରରେ ୬ଟି ଛକା ମାରିଥିଲେ । ସେ ୧୮ ବଲରେ ୧୨ଟି ଛକା ସହାୟତାରେ ୮୩ ରନର ଇନିଂ ଖେଳିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ପାଟ୍ରିଅଟ୍ସ ମାତ୍ର ୪ ରନରେ ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.