fbpx

କରାଇ ନାହାଁନ୍ତି ଆଧାର-ପାନ୍ ଲିଙ୍କ୍? ଏହି ତାରିଖ ସୁଦ୍ଧା ନକଲେ ଦେବାକୁ ପଡ଼ିବ ଦୁଇଗଣା ଫାଇନ

ନୂଆଦିଲ୍ଲୀ: ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି କି? ଯଦି କରିନାହାଁନ୍ତି, ତେବେ ଯଥାଶୀଘ୍ର ଲିଙ୍କ୍ କରାଇନିଅନ୍ତୁ ନହେଲେ ଦୁଇଗୁଣ ଜରିମାନା ଦେବାକୁ ପଡ଼ିବ । ଆଧାର କାର୍ଡ ସହିତ ପାନ୍ କାର୍ଡ ସହ ଲିଙ୍କ କରିବା ପାଇଁ ୩୧ ମାର୍ଚ୍ଚ ୨୦୨୨ ଶେଷ ତାରିଖ ଥିଲା ଏହାପରେ ଜରିମାନା ସହିତ ଲିଙ୍କ୍ କରିବା ଅବଧି ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା  ।

ବର୍ତ୍ତମାନ ଜୁନ୍ ୩୦ ଏହା ଶେଷ ହେବାକୁ ଯାଉଛି । ଏହା ପରେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ  । ମାର୍ଚ୍ଚ ୩୧ ରେ ଶେଷ ତାରିଖ ପରେ ଜୁନ୍ ୩୦ ମଧ୍ୟରେ ଲିଙ୍କ୍ କରାଇଲେ ୫୦୦ ଟଙ୍କା ବିଳମ୍ବ ଶୁଳ୍କ ଲାଗୁ କରାଯାଇଥିଲା । କିନ୍ତୁ ଯଦି ଆପଣ ଜୁନ୍ ୩୦ ସୁଦ୍ଧା ପାନ୍ ଏବଂ ଆଧାରକୁ ଲିଙ୍କ୍ କରୁନାହାଁନ୍ତି ତେବେ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ  ।

ପାନ୍-ଆଧାର କାର୍ଡର ଲିଙ୍କ୍ ବର୍ତ୍ତମାନ ବାଧ୍ୟତାମୂଳକ ହୋଇଛି  । ଲିଙ୍କ୍ ନକରିବା ଦ୍ୱାରା ପାନ୍ କାର୍ଡ ବନ୍ଦ ହୋଇଯିବ  । ଏହା ସହ ଅନେକ ସେବା ଯେମିତିକି ଷ୍ଟକମାର୍କେଟ ପାଇଁ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚୁଆଲ ଫଣ୍ଡ ଭଳି ସେବା ପାଇବାରେ ମଧ୍ୟ ଅସମର୍ଥ ହେବେ । ଆପଣ ଏଭଳି ଅନେକ ସବୁିଧାର ଲାଭ ଉଠାଇପାରିବେ ନାହିଁ ଯେଉଁଠାରେ ପାନ୍ କାର୍ଡ ଜରୁରୀ ହୋଇଥାଏ । ତେଣୁ ଯଥାଶୀଘ୍ର ଆପଣଙ୍କୁ ପାନ୍-କାର୍ଡ ଲିଙ୍କ କରାଇନିଅନ୍ତୁ ।

Get real time updates directly on you device, subscribe now.