କାନାଡା ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା ଭାରତ, ରକେଟ ଆଟାକର ଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ ପଳାତକ ମଧ୍ୟରୁ ଜଣେ ଓ କାନାଡ଼ ରହୁଥିବା ଗ୍ୟାଙ୍ଗଷ୍ଟାର ଲଖବୀର ସିଂ ଲଣ୍ଡାକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ । ଲଖବୀର ସିଂ ଲଣ୍ଡାଙ୍କର ବାବର ଖାଲସା ଇଣ୍ଟରନ୍ୟାସନାଲ (BKI) ସହିତ ଲିଙ୍କ ଅଛି । ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟାର ଲଖିବୀରକୁ କଡ଼ା ଆତଙ୍କବାଦୀ ବିରୋଧି ଆଇନୀ ‘ଅନଲଫୁଲ୍ ଆକ୍ଟିଭିଟିଜ୍’ଆକ୍ଟ ଅନୁଯାୟୀ ଡେଜିଗେନେଟେଡ୍ ଟେରରିଷ୍ଟ ଘୋଷଣା କରାଯାଇଛି ।

ଲଖବୀର ସିଂ ପଞ୍ଜାବର ତରନ ତାରନ ଜିଲ୍ଲାର ବାସିନ୍ଦା । ବର୍ତ୍ତମାନ ସେ କାନାଡାରେ ରହୁଛନ୍ତି । ଖାଲିସ୍ତାନ ସମର୍ଥକ କାର୍ଯ୍ୟକଳାପରେ ସେ ଅତ୍ୟଧିକ ଜଡିତ ଥିଲେ, ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିଲା । ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ରରେ ସେ ସାମିଲ ଅଛନ୍ତି । ଏପିରିକି ୨୦୨୧ରେ ମହୋଲି ପଞ୍ଜାବର ପୋଲିସ ହେଡ୍ କ୍ୱାଟର ଉପରେ ହୋଇଥିବା ରକେଟ୍ ଆକ୍ରମଣରେ ମଧ୍ୟ ଲଖବୀରଙ୍କ ହାତ ରହିଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ୧୯୮୯ରେ ପଞ୍ଜାବର ତରନ ତାରାନ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଗ୍ୟାଙ୍ଗଷ୍ଟର ଲଖବୀର ସିଂହ । ୧୦୧୭ରେ ସେ କାନାଡା ଫେରାର ହୋଇଯାଇଥିଲେ । ଯାହାପରେ ଗୃହ ମନ୍ତ୍ରଣାଳୟ ତାଙ୍କୁ କୁଖ୍ୟାତ ଖାଲିସ୍ତାନୀ ଗୋଷ୍ଠୀର ବାବର ଖାଲସ ଇଣ୍ଟନ୍ୟାସନାଲର ସଦସ୍ୟ ଭାବେ ଚିହ୍ନଟ କରିଛି ।

ଖବର ଏହା ମଧ୍ୟ ରହଛି ଯେ, ହରିନ୍ଦର ସିଂହ ଓରଫ ରିଣ୍ଡା ସହ ଲଣ୍ଡାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ରିଣ୍ଡା ହେଉଛି ପାକିସ୍ତାନରେ ରହୁଥିବା ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ରିଣ୍ଡାଙ୍କ ପାଖେ ପାଖେ ରହି ଲାଣ୍ଡା ଅନେକ ଗୁ଼ଡିଏ ଆତଙ୍କବାଦ ଘଟଣା ସଂରଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋହାଲିରେ ହୋଇଥିବା ରକେଟ ଆକ୍ରମଣ ପାଇଁ ଦାୟୀ । ଏଜେନ୍ସି ଲାଣ୍ଡା ଏବଂ ରିନ୍ଦାଙ୍କ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ସୀମା ଆରପଟୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଣରେ ମଧ୍ୟ କରୁଥିଲା କାନାଡାର ଗ୍ୟାଙ୍ଗଷ୍ଟର ଲଖବୀର ସିଂହ ।