fbpx

ଚୀନକୁ ମୁହଁତୋଡ ଜବାବ ଦେବ ଭାରତ; ଲେହରେ ମୁତୟନ ଫାଇଟର ଜେଟ୍

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ବିବାଦକୁ ନେଇ ଉଭୟ ରାଷ୍ଟ୍ର ସୀମାରେ ସର୍ବଦା ମୁହାଁମୁହିଁ ପରସ୍ଥିତି ରହିଥାଏ । ଏପରି ସମୟରେ ଡ୍ରାଗନ ସେନାକୁ ମୁହଁ ତୋଡ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା । ଲଦାଖ ସୀମାରେ ଚୀନ ଏୟାରବେସ୍ ନିର୍ମାଣ କରୁଥିବା ନେଇ ଖବର ଆସିବା ପରେ ଏହାର ଯବାବ ରଖିଛି ଭାରତ । ଚୀନ୍ ପକ୍ଷରୁ ଶାକସେ ସହର ନିକଟରେ ଏକ ଏୟାର ବେସ୍ ପ୍ରସ୍ତୁତ କରାଯାଇଛି । ଏହି ସହରଟି ଲଦାଖର ଅତ୍ୟନ୍ତ ନିକଟତର ।

ଏହାର ଜବାବ ଦେବା ପାଇଁ ଭାରତ ପକ୍ଷରୁ ଏହାର କିଛି ଲଢୁଆ ଯୁଦ୍ଧ ବିମାନକୁ ଲେହରେ ମୁତୟନ କରାଯାଇଛି । ତେବେ ଲେହରେ ଥିବା ଏୟାରବେସରେ ଭାରତ ନିଜର ପରାକ୍ରମ ଦେଖାଇଛି । ଉଲ୍ଲେଖଯୋଗ୍ୟ ଯେ, ସାକଚେରେ ବିମାନ ଘାଟି ନିର୍ମାଣ ପରେ ଭାରତୀୟ ଏୟାରବେସ ଓ ଚୀନ ଏୟାର ବେସ ମଧ୍ୟରେ ଦୂରତା ମାତ୍ର କିଛି କିଲୋମିଟରକୁ ହ୍ରାସ ପାଇବ । ପୂର୍ବରୁ ଏହି ଦୂରତା ୪୦୦ କିମି ରହିଥିଲା । ଗୁଇନ୍ଦା ସୂଚନା ମୁତାବକ ଚୀନ ଯେଉଁ ଘାଟିରେ ଅଭ୍ୟାସ କରୁଛି ସେଠାରୁ ଭାରତର କାଶନଗର, ହୋଟନ ଏବଂ ଗାର ସୁଂସା ବାୟୁସେନା ଘାଟିକୁ ଆକ୍ରମଣ କରିହେବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ଲେହରେ ଫାଇଟର ଲଢୁଆ ବିମାନ ମୁତୟନ କରାଯାଇଛି । ଲେହରୁ ଭାରତ ଏକ ସମୟରେ ପାକିସ୍ତାନ ଓ ଚୀନର ମୁକାବିଲା କରିବାରେ ସକ୍ଷମ ବୋଲି କୁହାଯାଇଛି ।

Get real time updates directly on you device, subscribe now.