ନୂଆଦିଲ୍ଲୀ: ଭାରତ ପକ୍ଷରୁ ଗତକାଲି ରାତିରେ ଏତେବଡ଼ ହମଲା ପରେ ଚେତୁନି ପାକିସ୍ତାନ । ସୀମାରେ ସିଜ ଫାୟାର ଜାରି ରଖିଛି ପାକିସ୍ତାନ ।
ଭାରତର ହମଲାରେ ପାକିସ୍ତାନର ୫୦ ଡ୍ରୋନ୍ ଧ୍ୱସ୍ତ ହୋଇଥିବା ସୂଚନା ମିଳିଛି । ଏଲଓସି ଓ ଅର୍ନ୍ତଗରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ଡ୍ରୋନ୍ ପଠାଇବାକୁ ପାକିସ୍ତାନ ଚେଷ୍ଟା କରିଥିବାବେଳେ ଏହାକୁ ମାରି ଖସାଇଛି ଭାରତୀୟ ସେନା ।
ଭାରତୀୟ ବାୟୁସେନା ପକ୍ଷରୁ କାଲି ରାତିରେ ବଡ଼ ଧରଣର କାଉଣ୍ଟର ଡ୍ରୋନ୍ ଆଟାକ୍ କରାଯାଇଥିଲା । ସେହିପରି ପାକିସ୍ତାନର ୮ ଟି ମିଶାଇଲ ମରାରି ଖସାଇଛି ଭାରତ ।
ଆଜି ସକାଳୁ ନୌସେନା ପକ୍ଷରୁ ସମରାଭ୍ୟାସ ଆରମ୍ଭ କରାଯାଇଛି । ଆଇଏନଏସ ବିକ୍ରାନ୍ତ କରାଚୀ ଅଭିମୁଖେ ହମଲା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ପାକିସ୍ତାନ ପୋର୍ଟରେ ରାତି ତମାମ୍ ଧମାକା ହୋଇଛି ।