fbpx

ଭାରତକୁ ମିଳିଲା ଲାଇଟ କମ୍ବାଟ ହେଲିକପ୍ଟର: ସେନାକୁ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଇଟ କମ୍ବାଟ ହେଲିକପ୍ଟର(ଏଲସିଏଚ)କୁ ସେନାକୁ ଅର୍ପଣ କରିଛନ୍ତି ପ୍ରଧାନ୍ତମନ୍ତ୍ରୀ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ହାଲୁକା ଲଢ଼ୁଆ ହେଲିକପ୍ଟର । ଝାନସୀଠାରେ ରାଷ୍ଟ୍ରରକ୍ଷା ସମର୍ପଣ ପର୍ବରେ ଲଢ଼ୁଆ ହେଲିକପ୍ଟରକୁ ସେନାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ (ହାଲ) ପକ୍ଷରୁ ନର୍ମିତ ହୋଇଛି ଲଢ଼ୁଆ ହେଲିକପ୍ଟର ।

ଦୁଇ ଇଞ୍ଜିନ ବିଶିଷ୍ଟ ଏଲସିଏଚ ଅନେକ ବିଶେଷତ୍ୱ ରହିଛି । ୧୫ରୁ ୧୬ ହଜାର ଫୁଟ  ଉପରେ ଉଡ଼ାଣ କରିବାକୁ ସକ୍ଷମ ଏହି ଏଲସିଏଚ । ମାଇନସ୍ ୫୦ ଡିଗ୍ରୀ ବରଫାବୃତ ଅଞ୍ଚଳରେ ମଧ୍ୟ ଅବତରଣ କରିପାରିବ ଏଲସିଏଚ । ୫୦ ଡିଗ୍ରୀ ଉତ୍ତପ୍ତ ମରୁଭୂମିରେ ବି ଅବତରଣ କରିପାରିବ ଏଲସିଏଚ । ଆକାଶରୁ ଆକାଶ ଏବଂ ଆକାଶରୁ ସ୍ଥଳକୁ ମିଜାଇଲ ନିକ୍ଷେପ କରିପାରିବ ଏଲସିଏଚ । ଲଢ଼ୁଆ ହେଲିକପ୍ଟର ସହ ନୌସେନାକୁ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ୍ ଏବଂ ସ୍ଥଳସେନାକୁ ଦୁଇ ପ୍ରକାର ଅତ୍ୟାଧୁନିକ ଡ୍ରୋନ୍ ମଧ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.