fbpx

ଭାରତ ପାଖରେ ଅଛି ୧୭ଟି ଘାତକ ବ୍ରହ୍ମାସ୍ତ୍ର: ଗୋଟିଏ ଇସାରାରେ ରଚିବେ ଧ୍ୱଂସର ତାଣ୍ଡବଲୀଳା, ଚୀନ-ପାକିସ୍ତାନର ହଜିଯିବ ନିଦ

Advertisement

ନୂଆଦିଲ୍ଲୀ: ଭାରତ ସହିତ ଦୁଇ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନର ସମ୍ପର୍କ ଅହି-ନକୁଳ ପରି । କେତେବେଳେ ଚୀନ ସେନା ଭାରତ ସୀମାକୁ ମାଡ଼ି ଆସିଲେଣି ତ ଆଉ କେତେବେଳେ ପାକିସ୍ତାନ ଆତଙ୍କବାଦୀ ହମଲା କଲେଣି । ବର୍ଷ ସାରା ଦିନରାତି ସବୁ ସମୟରେ ଭାରତ ପ୍ରତି ଏହି ଦୁଇ ଶତ୍ରୁଙ୍କ ପକ୍ଷରୁ ବିପଦ ଆଶଙ୍କା ରହିଛି । ତେବେ ସେଥିପାଇଁ ଭାରତ ମଧ୍ୟ ସଜାଗ ହୋଇ ରହିଛି । ଯଦି ଭବିଷ୍ୟତରେ ଏହି ଦୁଇ ରାଷ୍ଟ୍ର ଭାରତ ଉପରେ ଆକ୍ରମଣ କରନ୍ତି ତା’ର ମୁକାବିଲା କରିବା ପାଇଁ ଭାରତ ନିଜ ପାଖରେ ଅନେକ ଘାତକ ହତିଆର ସାଇତି ରଖିଛି ।

ଭାରତ ବର୍ତ୍ତମାନ ୪୦-୫୦ ବର୍ଷର ପୁରୁଣା ସ୍ଥିତିରେ ନାହିଁ । ଜଳ, ସ୍ଥଳ, ଆକାଶ, ପାହାଡ଼, ଆକାଶ, ମହାକାଶ ସମୁଦ୍ର ପ୍ରତ୍ୟେକ କ୍ଷେତ୍ରକୁ ଥରହର କରିବା ଭଳି ଘାତକ ହତିଆର ଭାରତ ପ୍ରସ୍ତୁତ କରି ରଖିଛି । ଏହି ମିସାଇଲଗୁଡ଼ଇକ ଜଳ, ସ୍ଥଳ, ଆକାଶ ଓ ମହାକାଶରେ ପ୍ରଳୟ ରଚିବାର ସାମର୍ଥ୍ୟ ରଖିଛନ୍ତି । ଯଦି ଚୀନ ଓ ପାକିସ୍ତାନ ଏକସଙ୍ଗେ ଆକ୍ରମଣ କରନ୍ତି, ତେବେ ଭାରତର ତିନି ସେନାଙ୍କ ପାଖରେ ଏପରି ଭୟଙ୍କର ହତିଆର ରହିଛି, ଯାହାର ଶତ୍ରୁଙ୍କ ଅବସ୍ଥା ଖରାପ କରିଦେବ । ଏହି ହତିଆର ପାଇଁ ହିଁ କେବଳ ଏହି ଦୁଇ କୁଟଳୀ ଶତ୍ରୁ ଦେଶ ଭାରତ ଉପରେ ଆକ୍ରମଣ ପାଇଁ ଚିନ୍ତା କରୁନାହାନ୍ତି । ଟୁ-ଫ୍ରଣ୍ଟ ଯୁଦ୍ଧରେ ଚୀନ ଓ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ମିଲିଟାରୀ ସବୁବେଳେ ପ୍ରସ୍ତୁତ ହୋଇ ରହିଛି । ପାକିସ୍ତାନ କେବେ ବି ଆକ୍ରମଣ କରିବାକୁ ସାହାସ କରିବ ନାହିଁ । ସେହିପରି ଚୀନ ଜାଣିଛି ଭାରତର କେଉଁ ହତିଆର ଏଲଏସି ଓ ଏଲଓସିରେ ମୁତୟନ ହୋଇଛି ।

୧- ଭାରତ ପାଖରେ ଆଣ୍ଟି-ସାଟେଲାଇଟ ମିସାଇଲ ପାଇଁ ପୃଥିବୀ ଏୟାର ଡିଫେନ୍ସ (ପ୍ୟାଡ) ସିଷ୍ଟମ ରହିଛି । ଭାରତୀୟ ଏଏସଏଟି ମିସାଇଲର ରେଞ୍ଜ ୨ ହଜାର କିମି ହୋଇଥିବା ବେଳେ ଏହା ଘଣ୍ଟାପ୍ରତି ୧୪୭୦ରୁ ୬୧୨୬ କିମି ସ୍ପିଡରେ ସାଟେଲାଇଟ ଆଡ଼କୁ ଗତି କରିପାରିବ । ପରେ ଏହାକୁ ଅପଗ୍ରେଡ କରି ଅଧିକ ପାୱରଫୁଲ ଓ ଘାତକ ବନାଇହେବ ।

୨- ପ୍ରଳୟ ମିସାଇଲ ୧୫୦ରୁ ୫୦୦ କିମି ଦୂରତା ମଧ୍ୟରେ ଶତ୍ରୁପକ୍ଷର ଯେ କୌଣସି ସ୍ଥାନକୁ ବର୍ବାଦ କରିପାରିବ । ଏହାକୁ ସୀମା ନିକଟରୁ ନିକ୍ଷେପ କଲେ ଚୀନ-ପାକିସ୍ତାନର ବଙ୍କର, ତୋପ, ବେସ ଆଦିକୁ ଧ୍ୱଂସ କରିପାରିବ । ଏହାର ଓଜନ ୫ ଟନ ହୋଇଥିବା ବେଳେ ଏହା ୫୦୦ରୁ ୧୦୦୦ କେଜଶର ଓଜନକୁ ବହନ କରିପାରିବ ।

୩- ଅଗ୍ନି-୫ ମିସାଇଲର ରେଞ୍ଜ ମଧ୍ୟରେ ଚୀନ-ପାକିସ୍ତାନ ବ୍ୟତୀତ ଅଧା ଦୁନିଆ ଆସୁଛି । ୫୦ରୁ ୫୬ ହଜାର କେଜି ଓଜନ ବିଶିଷ୍ଟ ଏହି ମିସାଇଲ ୧୫୦୦ କେଜିର ଯୁଦ୍ଧାସ୍ତ୍ର ବହନ କରିପାରିବ ।

୪- ବରାକ-୮ ମିସାଇଲର ରେଞ୍ଜ ୧୬ରୁ ୩୦ କିମି ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୨୪୬୯ କିମି ସ୍ପିଡରେ ଗତି କରିପାରିବ । ଏହି ମିସାଇଲ ପଡ଼ୁ ପଡ଼ୁ ସବୁ ପାଉଁଶ କରିଦେବ ।

୫- ବ୍ରହ୍ମୋସ ସୁପରସୋନିକ ମିସାଇଲକୁ ଦୁନିଆର ସବୁଠାରୁ ଘାତକ ଭାବେ ଗଣାଯାଏ । ଏହାର ରେଞ୍ଜ ୪୦୦ରୁ ୭୦୦ କିମି । ଏହା ଭୂମି ବା ସମୁଦ୍ର ଠାରୁ ମାତ୍ର ୩ରୁ ୪ ମିଟର ଉପରେ ଉଡ଼ି ଯାଇ ପାରିବ । ଏହାର ସ୍ପିଡ ଘଣ୍ଟା ପ୍ରତି ୪୯୩୯ କିମି. ।

୬- ଭିଏଲ-ଏରସାମର ରେଞ୍ଜ ୨୫-୩୦ କିମି. । ଏହା କମ୍ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର ଜାହାଜ ବା ମିସାଇଲକୁ ମାରିପାରିବ ।

୭- ପିନାକା ରକେଟ ସିଷ୍ଟମ ଏକ ସେକେଣ୍ଡରେ ୧.୬୧ କିମି ସ୍ପିଡରେ ହମଲା କରିପାରିବେ । ଏହାର ସ୍ପିଡ ଘଣ୍ଟା ପ୍ରତି ୫୭୫୭.୭୦ କିମି ।

୮- ଏଲସିଏ ତେଜସ ଛୋଟ ଲଢ଼େଇ ପାଇଁ ଏକ ଘାତକ ଜେଟ । ଏହାର ରେଞ୍ଜ ୪୦୦ କିମି ।

୯- ସୁଖୋଇ-୩୦ଏମକେଆଇ ପରି ୨୭୨ଟି ଦମଦାର ଫାଇଟର ଜେଟ ବାୟୁସେନାରେ ରହିଛି । ଏହା ହତିଆର ସହ ୩ ହଜାର କିମି ପର୍ଯ୍ୟନ୍ତ ଉଡ଼ିପାରିବ ।

୧୦- ରାଫେଲ ଫାଇଟର ଜେଟ ଘଣ୍ଟା ପ୍ରତି ୧୯୧୨ କିମି ବେଗରେ ଉଡ଼େ । ଏହାର କମ୍ବାକ୍ଟ ରେଞ୍ଜ ୧୮୫୦ କିମି ।

୧୧- କେ-୯ ବଜ୍ର ଟ୍ୟାକ୍ସର ଅପରେସନାଲ ରେଞ୍ଜ ୩୬୦ କିମି ରହିଥିବା ବେଳେ ଘଣ୍ଟାପ୍ରତି ସର୍ବାଧିକ ୬୭ କିମି ଗତିରେ ଏହା ଉଡ଼ିଥାଏ ।

୧୨- ଧନୁଷ ହୋୱିତଜରର ରେଞ୍ଜ ୩୮ କିମି । ଏହାକୁ ଚଳାଇବା ପାଇଁ ୬ରୁ ୮ କ୍ରୁ’ର ଆବଶ୍ୟକ ପଡ଼ିଥାଏ ।

୧୩- ଏମ-୭୭୭ ହୋୱିତଜର ଗୋଟିଏ ମିନିଟରେ ୭ଟି ଗୋଲ ଦେଇଥାଏ । ଗୋଲର ରେଞ୍ଜ ୨୪ରୁ ୪୦ କିମି ରହିଥାଏ ।

୧୪- ଏଲସିଏଚ ପ୍ରଚଣ୍ଡ ଯୁଦ୍ଧ ବିମାନ ହିମାଳୟ ଉପରେ ଚୀନ ସୀମା ଉପରେ ନଜର ରଖିଥାଏ । ଏହା ଘଣ୍ଟା ପ୍ରତି ୨୬୮ କିମି ବେଗରେ ଉଡ଼ିଥାଏ ।

୧୫- ଆଇଏନଏସ ବିକ୍ରାନ୍ତ ଏକ ଶକ୍ତିଶାଳୀ ଏୟାରକ୍ରାଫ୍ଟ କ୍ୟାରିୟର । ଏହା ଏକ ମିନିଟରେ ୧୨୦ ରାଉଣ୍ଡ ଫାୟାର କରିଥାଏ । ଏହାର ରେଞ୍ଜ ୪-୫ ହଜାର ମିଟର । ଏହା ଘଣ୍ଟା ପ୍ରତି ୨୪୦୦ କିମି ବେଗରେ ଉଡ଼ିଥାଏ ।

୧୬- ଆଇଏନଏସ ଚକ୍ର ପରମାଣୁ ପଣ୍ଡୁବୀ ହେଉଛି ଭାରତର ପରମାଣୁ ଅସ୍ତ୍ର ତଥା ନୌସେନାର ଶକ୍ତି । ଏହା ଘଣ୍ଟା ପ୍ରତି ୬୫ କିମି ବେଗରେ ଗତି କରିଥାଏ । ଯୁଦ୍ଧ ସ୍ଥିତିରେ ଏହା ଚୀନର ପଣ୍ଡୁବୀ, ଜାହାଜକୁ ନଷ୍ଟ କରିପାରିବେ ।

୧୭- ଆଇଏନଏସ୍ ବିକ୍ରମାଦିତ୍ୟ ହେଉଛି ବିଶ୍ୱର ଦଶମ ସବୁଠାରୁ ବଡ଼ ଏୟାରକ୍ରାଫ୍ଟ କ୍ୟାରିୟର । ଏହି ଜାହାଜରେ ୩୬ଟି ଯୁଦ୍ଧ ବିମାନକୁ ମୁତୟନ କରିହେବ । ଏହା ପୂର୍ବରୁ ସୋଭିଏତ ନୌସେନା ଓ ରୁଷ ନୌସେନାକୁ ସେବା ଦେଇ ସାରିଛି ।

Get real time updates directly on you device, subscribe now.