ନୂଆଦିଲ୍ଲୀ: ଭାରତୀୟ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ପ୍ରସ୍ତୁତ କରୁଛି ମିସାଇଲ ଭଳି ଏକ ନୂଆ ସୁପରସୋନିକ ଡ୍ରୋନ । ଏହାର ଅନେକ ସ୍ପେଶାଲ କ୍ୱାଲିଟି ଅନ୍ୟ ଡ୍ରୋନ ତୁଳନାରେ ଏହାକୁ ଭିନ୍ନ ବନାଇଛି । ସବୁଠୁ ବଡ ଏବଂ ମହତ୍ତ୍ୱପୂର୍ଣ୍ଣ ଫିଚର ହେଉଛି ଏକହା ସମୁଦ୍ରର ଖୁବ ନିକଟରେ ଏବଂ କମ ଉଚ୍ଚରେ ଉଡିବା ପାଇଁ ସକ୍ଷମ । ଅଳ୍ପ ଉଚ୍ଚତାରେ ଉଡିପାରୁ ଥିବାରୁ ଏହାକୁ ରାଡରରେ ଧରିବା ମଧ୍ୟ କଷ୍ଟକର ହୋଇଯିବ । ଏହାବ୍ୟତୀତ ଏହି ଡ୍ରୋନକୁ ଟାର୍ଗେଟ କରିବା ମଧ୍ୟ କାଠିକର ପାଠ ହୋଇଯିବ ।
ଏହି ଡ୍ରୋନ ବେଗ ପ୍ରୟା ୨୯୪୦ କିଲୋମିଟର ପ୍ରତି ଘଣ୍ଟା ରହିବ ବୋଲି ଜଣାଯାଇଛି । ଏହି ଡ୍ରୋନ ଖୁବ ଶୀଘ୍ର ଭାରତୀୟ ବାୟୁସେନାରେ ଯୋଗ ଦେଇ ସେନାର ଶକ୍ତି ବଢାଇବ । ଏହି ସୁପର ସ୍ପେଶାଲ ଡ୍ରୋନର ନାମ ରହିଛି ଷ୍ଟାର(Supersonic TARget – STAR) । ଭାରତୀୟ ବାୟୁସେନା ଏବଂ ନୌସେନାର ଫାଇଟର ଜେଟ୍ସ, ଯୁଦ୍ଧପୋତ ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ଲକ୍ଷ୍ୟଭେଦର ଅଭ୍ୟାସ କରାଇବା ହେଉଛି ଏହି ସୁପରସୋନିକ ଡ୍ରୋନର ଏକମାତ୍ର ଉଦ୍ଦେଶ୍ୟ ।
#DRDO's STAR (Supersonic TARget) during the wind tunnel testing at NAL's 1.2M Trisonic Facility. pic.twitter.com/lLsaUK3M4P
— Defence Decode® (@DefenceDecode) June 13, 2022
ତେବେ ଏହି ଡ୍ରୋନଟି ସୁପରସୋନିକ ଡ୍ରୋନ୍ସ ପ୍ରସ୍ତୁତିର ପ୍ରଥମ ଷ୍ଟେଜରେ ବୁଷ୍ଟର ହୋଇ ରହିଛି । ଦ୍ୱିତୀୟରେ ଲଗାଯାଇଥିବା ରାମଜେଟ ଇଞ୍ଜିନ ଦ୍ୱାରା ଏହା ସମୁଦ୍ରର ୧୨ ପୁଟ ଉପରେ ଶବ୍ଦର ବେଗ ଅନୁସାରେ ୨ ଗୁଣ ଅଦିକ ବେଗରେ ଗତି କରିପାରିବ । ଏହାବ୍ୟତୀତ ଅଧିକ ଉଚ୍ଚତାରେ ଉଡି ପାରୁଥିବା କ୍ରୁଜ ମିସାଇଲେ ଗୁଡିକର ନକଲ କରିବାରେ ମଧ୍ୟ ଏହି ଡ୍ରୋନ ମାହିର ।
“ଷ୍ଟାର’କୁ ନୌସୈନିକ ଯୁଦ୍ଧପୋତର ସେଅନିକମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ପ୍ରସ୍ତୁତ କରାଯାଉଛି । ଅତ୍ୟାଧୁନିକ ଆଣ୍ଟି-ସିପ ମିସାଇଲରୁ ବଞ୍ଚିବା ପାଇଁ ହେଉଥିବା ଅଭ୍ୟାସରେ ଏହା ଖୁବ ସହାୟକ ହେବ । ବର୍ତ୍ତମାନ ଷ୍ଟାର ଡ୍ରୋନର ୱିଣ୍ଡ ଟନଲ ଟେଷ୍ଟିଂ ଉପରେ କାମ କରୁଛି ଡିଆରଡିଓ । ଏହାପରେ ଏହାର ଡିଜାଇନରେ ମଧ୍ୟ କିଛି ଆବଶ୍ୟକୀୟ ପରିବର୍ତ୍ତନ କରାଯାଇପାରେ । ତେବେ ଆସନ୍ତା ୨୦୨୩-୨୪ ମଧ୍ୟରେ ଡ୍ରୋନ ପ୍ରସ୍ତୁତ ହେବା ପରେ ଏହା ଟେଷ୍ଟିଂ କରାଯିବ ।