fbpx

ଭାରତ ହିଁ ବିଶ୍ୱକପର ପ୍ରକୃତ ଚାମ୍ପିୟନ: ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତି ପ୍ରମାଣ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଗତ ମାସ ୧୯ ତାରିଖର ବିଶ୍ୱକପର ଫାଇନାଲ ମ୍ୟାଚରେ ପରାଜୟକୁ ଆଜି ବି ମନରୁ ଭୁଲି ପାରୁନାହାନ୍ତି ୧୪୦ କୋଟି ଭାରତୀୟ । କ୍ରମାଗତ ୧୦ଟି ମ୍ୟାଚ ଜିତି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିବା ବେଳେ ଅପରପେକ୍ଷ ଅଷ୍ଟ୍ରେଲିଆ ବହୁ ସଂଘର୍ଷ କରି ସେମିରେ ପହଞ୍ଚିଥିଲା । ମାତ୍ର ଫାଇନାଲରେ ଭାରତର ପରାଜୟ ଓ ଅଷ୍ଟ୍ରେଲିଆର ବିଜୟକୁ ସହଜରେ କେହି ଗ୍ରହଣ କରିପାରିନଥିଲେ ।

ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନ ହେବା ପରେ ସୋସିଆଲ ମିଡ଼ିଆରେ ଅନେକ ପୂର୍ବତନ କ୍ରିକେଟର ନାନା ପ୍ରତିକ୍ରିୟା ରଖୁଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱକପର ମାତ୍ର ୧୨ ଦିନ ପରେ ଭାରତ ଅଷ୍ଟ୍ରେଲିଆଠାରୁ ମଧୁର ପ୍ରତିଶୋଧ ନେଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୩-୧ରେ ସିରିଜ କବଜା କରିଛି । ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇପାରେ, ମାତ୍ର ତାହା ଦକ୍ଷତା ବଳରେ ନୁହେଁ ଭାଗ୍ୟ ବଳରେ । ନିଜ ଦମରେ ଜିତୁଥିବା ଟିମ ହିଁ ପ୍ରକୃତ ଚାମ୍ପିୟନ । କିଏ ପ୍ରକୃତ ଚାମ୍ପିୟନ ତାହା ଭାରତ କଙ୍ଗାରୁକୁ ଶିକ୍ଷା ଦେଇଛି ।

ଅଷ୍ଟ୍ରେଲିଆ ନିଜର ଦକ୍ଷତା ବଳରେ ନୁହେଁ ବରଂ ଭାଗ୍ୟ ବଳରେ ବିଶ୍ୱକପ ଫାଇନାଲରେ ଜିତିଥିଲା । ଭାଗ୍ୟ ମଣିଷକୁ ସର୍ବଦା ସହାୟ ହୁଏ ନାହିଁ । ନିଜର ଦକ୍ଷତା, ନିଷ୍ଠା ନଥିଲେ ଜଣେ ଜୀବନରେ କେବେ ବି ଆଗକୁ ବଢ଼ି ପାରିବ ନାହିଁ । ଭାଗ୍ୟ ସାଥ ହେଲେ ଯେ କୌଣସି ଦୁର୍ବଳ ଟିମ୍ ମଧ୍ୟ କୌଣସି ଗୋଟିଏ ମ୍ୟାଚରେ ଜିତିଯାଇପାରେ । ଭାରତ ଯେ ପ୍ରକୃତ ଚାମ୍ପିୟନ ତାହା ଟିମ୍ ଇଣ୍ଡିଆ ବିଶ୍ୱବାସୀଙ୍କ ଆଗରେ ପ୍ରମାଣ କରିପାରିଛି । ଅଷ୍ଟ୍ରେଲିଆର ପ୍ରକୃତ ଦକ୍ଷତା ଏବେ ଟି-୨୦ ସିରିଜ ପରାଜୟ ପରେ ସ୍ପଷ୍ଟ ହୋଇଯାଇଛି ।

Get real time updates directly on you device, subscribe now.