ଭାରତ- ପାକିସ୍ତାନ ସୀମାରେ କାଲି ବାୟୁସେନାର ସମରାଭ୍ୟାସ, ଜାରି ହେଲା NOTAM

ନୂଆଦିଲ୍ଲୀ: କାଲି ଭାରତୀୟ ବାୟୁସେନାର ସମରାଭ୍ୟାସ । ସମରାଭ୍ୟାସରେ ଭାଗ ନେବେ ରାଫେଲ, ମିରେଜ୍-୨୦୦୦, ସୁଖୋଇ-୩୦ ।

ଭାରତ-ପାକିସ୍ତାନ ସୀମାର ମରୁଭୂମି ଅଞ୍ଚଳରେ ସମରାଭ୍ୟାସ କରାଯିବ । ବାୟୁ ସେନା ପାଖରେ ଥିବା ଅନ୍ୟ ଲଢ଼ୁଆ ବିମାନ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହେବେ ।

ଭାରତ ଜାରି କଲା NOTAM । ପାକ୍ ସୀମାରେ ଅଭ୍ୟାସ କରିବା ପାଇଁ NOTAM ଜାରି । କାଲିଠାରୁ ରାଜ୍ୟର ୧୨ ଜିଲ୍ଲାରେ ହେବ ମକ୍ ଡ୍ରିଲ । ଅଧଘଣ୍ଟା ଧରି ଚାଲିବ ମକ ଡ୍ରିଲ୍ ।

କାଲିଠାରୁ ଦେଶ ବ୍ୟାପୀ ଆରମ୍ଭ ହେବ ମକଡ୍ରିଲ୍ । ଏ ନେଇ ସୁବ ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଓଡ଼ିଶାର ୧୨ ଜିଲ୍ଲାରେ ମକଡ୍ରିଲ କରାଯିବ । ଯାହାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।