fbpx

ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ: ୨-୧ରେ ଜିତିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲିରେ କ୍ରୀଡ଼ା ଜଗତରୁ ଆସିଛି ଏକ ନିରାଶାଜନକ ଖବର । ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ ହୋଇଛି । ଆସାମର ଗ୍ୱାହାଟୀର ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ଭାରତୀୟ ଅଧିନାୟକ ସୁନିଲ ଛେତ୍ରୀଙ୍କ ୧୫୦ତମ ମ୍ୟାଚରେ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ପ୍ରତିପକ୍ଷ ଆଫଗାନିସ୍ତାନ ୨-୧ ଗୋଲରେ ଭାରତକୁ ପରାସ୍ତ କରିଛି ।

ନିଜର ୧୫୦ତମ ମ୍ୟାଚରେ ଭାରତ ପକ୍ଷରୁ ଛେତ୍ରୀ ଏକମାତ୍ର ଗୋଲ ସ୍କୋର କରିଥିଲେ ହେଁ ତାହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ଛେତ୍ରୀଙ୍କ ଉକ୍ତ ଗୋଲ ବଳରେ ମ୍ୟାଚର ପ୍ରଥମାର୍ଦ୍ଧା ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା । ମାତ୍ର ଏହାର କିଛି ମିନିଟ୍ ପରେ ଆଫଗାନିସ୍ତାନ ଏକ ଗୋଲ ସ୍କୋର କରିବା ଫଳରେ ମ୍ୟାଚ ୧-୧ ସ୍ଥିତିକି ଚାଲିଯାଇଥିଲା । ଗୁରପ୍ରୀତ ସିଂହ ଜଣେ ଖେଳାଳିଙ୍କୁ ଫାଉଲ୍ ମାରିବା ଫଳରେ ଆଫଗାନିସ୍ତାନକୁ ଏକ ପେନାଲଟି ମିଳିଥିଲା ଓ ତାହା ଗୋଲରେ ପରିଣତ ହୋଇଥିଲା ।

Get real time updates directly on you device, subscribe now.