ଭାରତରେ ନିର୍ମିତ ରୋବୋଟିକ୍ ସର୍ଜରୀ ମେସିନ୍ ‘Medi Jarvis’ ଆଜି ଆସାମରେ ହେଲା ଲଞ୍ଚ, କର୍କଟ ରୋଗୀଙ୍କ ଚିକିତ୍ସାରେ ମିଳିବ ସାହାଯ୍ୟ
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ଦିନ ମେଡ-ଇନ-ଇଣ୍ଡିଆ ରୋବୋଟିକ୍ ସର୍ଜରୀ ମେସିନ୍ ‘ମେଡି ଜାର୍ଭିସ୍’ ଲଞ୍ଚ କରିଛନ୍ତି । ଏହି ମେସିନ୍ ଗୌହାଟୀର ରାଜ୍ୟ କର୍କଟ ସଂସ୍ଥାନରେ ଲଞ୍ଚ କରାଯାଇଛି । କର୍କଟ ଚିକିତ୍ସା ସମୟରେ ଡାକ୍ତରମାନଙ୍କୁ ସହାୟତା କରିବ ମେଡି ଜାର୍ଭିସ୍ ରୋବୋଟିକ୍ ମେସିନ୍ ।
ସମସ୍ତ ଆଧୁନିକ ସୁବିଧା ସହିତ ସଜ୍ଜିତ :
ରୋବୋଟିକ୍ ମେସିନ୍ ଲଞ୍ଚ କରିବା ସମୟରେ, ସିଏମ୍ ଶର୍ମା କହିଛନ୍ତି ଯେ, ‘ମୁଁ ଗୌହାଟୀର ଷ୍ଟେଟ୍ କ୍ୟାନସର ଇନଷ୍ଟିଚ୍ୟୁଟରେ ରୋବୋଟିକ୍ ସର୍ଜରୀ ୟୁନିଟ୍ ଉଦଘାଟନ କରିଛି ।ସମସ୍ତ ଆଧୁନିକ ସୁବିଧା ସହିତ ସଜ୍ଜିତ ଏହି ୟୁନିଟ୍ ଅଞ୍ଚଳରେ କର୍କଟ ଚିକିତ୍ସାକୁ ଆଗକୁ ବଢ଼ାଇବ ।’
ଏହି ମେସିନ୍ ଡାକ୍ତରମାନଙ୍କୁ ସାହାଯ୍ୟ କରିବ
ଏହା ପୂର୍ବରୁ ଶନିବାର ଦିନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଥିଲେ ଯେ, ‘ଆମେ ଆସନ୍ତାକାଲି ରାଜ୍ୟ କର୍କଟ ପ୍ରତିଷ୍ଠାନରେ ମେଡ୍ ଇନ୍ ଇଣ୍ଡିଆ ରୋବୋଟିକ୍ ସର୍ଜରୀ ମେସିନ୍ ଉତ୍ସର୍ଗ କରିବାକୁ ପ୍ରସ୍ତୁତ, ଯାହା ସହଜରେ ଜଟିଳ ଅସ୍ତ୍ରୋପଚାର ହୋଇପାରିବ ।’ ଏହା ସହିତ ସେ କହିଛନ୍ତି ଯେ ଏହି ମେସିନ୍ ଡାକ୍ତରମାନଙ୍କୁ ଜଟିଳ ଅସ୍ତ୍ରୋପଚାରକୁ ସହଜରେ କରିବାରେ ସାହାଯ୍ୟ କରିବ ।
Medi JARVIS to aid the Iron Men and Women of real life- doctors!
We are all set to dedicate the Made in India, Robotic Surgery Machine at the State Cancer Institute tomorrow which can execute complex surgeries with ease.
First glimpses 📷 pic.twitter.com/5pAMCPiGN2
— Himanta Biswa Sarma (@himantabiswa) April 12, 2025