ଶ୍ରୀନଗର: ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଛନ୍ତି କଡ଼ା ଚେତାବନୀ । କହିଲେ, ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ ।
ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ସେପଟେ ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ନେଇଛି ବଡ଼ ନିଷ୍ପତ୍ତି ।
୩ ସେନାକୁ ଆଲର୍ଟ ରହିବାକୁ ନିଦେ୍ର୍ଦଶ ଜାରି କରାଯାଇଛି । ସ୍ଥଳ ସେନା ସାଙ୍ଗକୁ ଏୟାରଫୋର୍ସ ଏବଂ ନେଭିକୁ ଆଲର୍ଟ ରହିବାକୁ ନିଦେ୍ର୍ଦଶ ଜାରି କରାଯାଇଛି ।
ମଙ୍ଗଳବାର ଅପରାହ୍ନଣରେ ଜମ୍ମୁ-କଶ୍ମୀର ପହଲଗାମରେ ପର୍ଯ୍ୟଯକଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଏଥିରେ ପ୍ରାୟ ୨୬ ଜଣ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟିଛି ।