fbpx

ଋଷ ଦେଲା ଚାଞ୍ଚଲ୍ୟକର ବୟାନ, କହିଲା ଅପ୍ରେଲରୁ ହିଁ ଭାରତୀୟଙ୍କୁ ସେନାରେ ଭର୍ତ୍ତି କରିବା ବନ୍ଦ କରି ସାରିଥିଲା…

ଓଡିଶା ଭାସ୍କର: ଭାରତୀୟଙ୍କୁ ଋଷୀୟ ସେନାର ଭର୍ତ୍ତି କରିବାକୁ ନେଇ ଋଷର ବୟାନ ସାମ୍ନାକୁ ଆସିଛି । ଋଷ କହିଛି ଯେ, ତାହାର ସଶସ୍ତ୍ର ବଳରେ ସେ ଭାରତୀଙ୍କୁ ଭର୍ତ୍ତି କରିବା ବନ୍ଦ କରି ଦେଇଛି । ଗତ ଅପ୍ରେଲ ମାସରୁ ଏହା ଘଟିଥିବା କହିଛି ଋଷ । ତାହାସହ ଆଧିକାରୀକ ସୂତ୍ରରୁ ଜଣା ପଡିଛି ଯେ, ଋଷୀୟ ସେନ୍ୟରେ ସ୍ୱେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ମଧ୍ୟ ଖୁବ ଶୀଘ୍ର ବାହାର କରାଯିବ ।

ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଦୂତାବାସରେ ଋଷୀ ସେନାରେ ସେବାରତ ଭାରତୀୟ ସମ୍ବନ୍ଧକୁ ମଧ୍ୟ ରେଖାଙ୍କିତ କରାଯାଇଛି । ଏହି ବୟାନର ଦିନକ ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଯେ, ଋଷୀୟ ସେନାରେ ଭର୍ତ୍ତି ୯୧ ଜଣ ଭାରତୀୟଙ୍କୁ ନେଇ ଉଭୟ ଋଷ ଓ ଭାରତର ଅଲଗା ଅଲଗା ବିଚାର ରହିଛି । ଭାରତ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି । ଏହାସହ ଋଷୀୟ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ରିହା କରିବା ତଥା ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ମଧ୍ୟ କାମ କରୁଛି ବୋଲି ବିଦେଶ ମନ୍ତ୍ରୀ ଜୟଶଙ୍କର ପ୍ରକାଶ କରିଛନ୍ତି ।

ସେପଟେ ଋଷୀୟ ଦୂତାବାସ ଏକ ବୟାନ ଜାରି କରିଛି । ଏଥିରେ ଏହି ବର୍ଷ ଅପ୍ରେଲରେ ଋଷୀୟ ସେନାରେ ଭାରତୀୟ ତଥା ଅନ୍ୟ ଦେଶର ନାଗରିକଙ୍କୁ ସୈନ୍ୟସେବାରେ ପ୍ରବେଶ ଦେବା ଉପରେ ରୋକ ଲଗାଯାଇଛି ।

Get real time updates directly on you device, subscribe now.