fbpx
BJD SKY
BJD SKY

ଭାରତ ବନ୍ଦ: ଜାଣନ୍ତୁ କଣ ଖୋଲା ହେବ ଆଉ କଣ ବନ୍ଦ ରହିବ

BJD

ନୂଆଦିଲ୍ଲୀ, ୭ା୧୨: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଏହି ଡାକରା ଦିଆଯାଇଛି । ଡିସେମ୍ବର ୯ରେ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ ବସିବାକୁ ଥିବାବେଳେ ପୂର୍ବରୁ ୫ମ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା । ହେଲେ ଉକ୍ତ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ଯଦିଓ କୃଷକ ସଙ୍ଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି, ତଥାପି ଦେଶର ୧୧ଟି ରାଜନୈତିକ ଦଳ ଏହାକୁ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ କଂଗ୍ରେସ, ଆରଜେଡି, ଆମ ଆଦମି ପାର୍ଟି, ଆରଏଲଡି, ଟିଏମସି, ସାମଜାବାଦୀ ପାର୍ଟି ପ୍ରମୁଖ । ତେବେ ଏହି ଭାରତ ବନ୍ଦରେ କଣ ଖୋଲା ଆଉ କଣ ବନ୍ଦ ରହିବ ତା’ ଉପରେ ଆଲୋଚନା କରିବା ।

କୃଷକ ସଙ୍ଗଠନଗୁଡ଼ିକର ସୂଚନା ଅନୁଯାୟୀ, ୮ ତାରିଖ ସକାଳ ୮ଟାରୁ ବନ୍ଦ ପାଳନ ଦେଶବ୍ୟାପି କରାଯିବ । ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବିଶେଷ କରି ଆମ୍ବୁଲାନ୍ସକୁ ଓ ବିବାହ ପାଇଁ ଯାଉଥିବା ଗାଡ଼ିକୁ ପ୍ରତିରୋଧ କରାଯିବ ନାହିଁ । କିନ୍ତୁ କ୍ଷୀର, ପନିପରିବା, ଫଳ ଆଦି ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ । ଏହି ସେବାଗୁଡ଼ିକ ଡିସେମ୍ବର ୮ରେ ଜନସାଧାରଣ ପାଇବାରୁ ବଞ୍ଚିତ ହେବେ ।

Get real time updates directly on you device, subscribe now.