fbpx

ଚାଇନା, ଆମେରିକାର ଚିନ୍ତା ବଢାଇଲାଣି କରୋନା, ସମସ୍ତ ରାଜ୍ୟକୁ ଚିଠି ଲେଖି ଆଲର୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନ୍‌, ଆମେରିକା ଏବଂ ଜାପାନ ଭଳି କିଛି ଦେଶରେ କରୋନା ମହାମରୀ ଚିନ୍ତା ବଢାଇ ଦେଇଛି । ଏପରିକି ଚୀନ୍‌ରେ ମୃତ ଲୋକମାନଙ୍କୁ ମଶାଣିରେ ଶବଦାହ କରିବା ଲାଗି ଜାଗା ମିଳୁ ନଥିବାର ଖବର ମଧ୍ୟ ଆସିଛି । ତେଣୁ ପୃଥିବୀରେ ପୁଣିଥରେ କରୋନା ମହାମୀର ପ୍ରଭାବ ବଢିଥିବା ବେଳେ କୋଭିଡ-ପଜିଟିଭ ନମୁନାଗୁଡ଼ିକର ଜିନୋମ ସିକୁଏନ୍ସି ବୃଦ୍ଧି କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦେଶରେ ଟ୍ରାକିଂ ଏବଂ ଆଇସୋଲେସନ ସହିତ ସିକ୍ୱେନ୍ସିଂ ମେକାନିଜିମ୍ ପ୍ରସ୍ତୁତ କରିବାକୁ କହିଛନ୍ତି । ପଡୋଶୀ ଚିନ୍‌ରେ ତାଜା କରୋନା ମହାମାରୀ ପ୍ରକୋପ ବଢି ଚାଲିଥିବା ବେଳେ ଏହାର ପ୍ରବାବକୁ ଦେଖି କେନ୍ଦ୍ର ସରକାରଙ୍କ ଏହି ନୂତନ ଆଦେଶ ଆସିଛି ।

ସର୍ବଶେଷ ରିପୋର୍ଟ ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଚାଇନାର ରାଜଧାନୀ ବେଜିଂରେ ସାତଜଣ କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ଘଟିଛି । ଏହା ହେଉଛି ଚାଇନାର ସରକାରୀ ତଥ୍ୟ । ତେବେ ଅନୌପଚାରିକ ଆକଳନ ଅନୁଯାୟୀ କେବଳ ଚାଇନାର ରାଜଧାନୀରେ କରୋନାଭାଇରସ୍ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

 

Get real time updates directly on you device, subscribe now.