Big Breaking: ଭାସିଯିବ ପାକିସ୍ତାନ ଦେଖନ୍ତୁ (Video) ୱାଟର ଷ୍ଟ୍ରାଇକ୍ କରି ବିନା ସୂଚନାରେ ବାଗଲିହାର ଡ୍ୟାମ ଗେଟ୍ ଖୋଲିଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ପାକିସ୍ତାନ ଉପରେ କରିଛନ୍ତି ୱାଟର ଷ୍ଟ୍ରାଇକ୍ । ଗୁରୁବାର ଭାରତ ରାମବନସ୍ଥିତ ଚେନାବ ନଦୀରେ ଅବସ୍ଥିତ ବାଗଲିହାର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ ଡ୍ୟାମର ୨ ଟି ଗେଟ୍ ଖୋଲାଯାଇଛି ।

ଜମ୍ମୁ –କଶ୍ମୀରରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମରେ ମାତ୍ରାଧିକ ପାଣି ଜମି ରହିଥିଲା ଜଳ ନିଷ୍କାସନ କରିବା ପାଇଁ ଡ୍ୟାମ୍ ଗେଟ ଖୋଲାଯାଇଥିବା ସୂଚନା ।

ପାକିସ୍ତାନରେ ଜଳ ନିୟନ୍ତ୍ରଣ ପାଇଁ ଭାରତ ଡ୍ୟାମ୍ ଗେଟଗୁଡ଼ିକୁ ବନ୍ଦ କରିଦେବା ପରେ ଚେନାବ ଡ୍ୟାମରେ ଜଳମାତ୍ରା ବଢ଼ିଛି । ବିନା ସୂଚନାରେ ଡ୍ୟାମ ଗେଟ୍ ଖୋଲିଥିବା ସୂଚନା ।

ଏପ୍ରିଲ ୨୨ ହମଲାର ପ୍ରତିଶୋଧ ନେବା ପାଇଁ ଭାରତ ସେନା ବଳ ସାଙ୍ଗକୁ କୂଟନୈତିକ ବଳ ମଧ୍ୟ ପ୍ରଯୋଗ କରୁଛି । ଆତଙ୍କବାଦୀଙ୍କ ଆକ୍ରମଣାରେ ୨୬ ଜଣଙ୍କୁ ମୃତ୍ୟୁ ଘଟିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରି ୯ଟି ଆତଙ୍କବାଦୀ ଆଡାକୁ ଧ୍ୱସ୍ତ କରି ଦେଇଛି ।