fbpx

ପରମାଣୁ କ୍ଷେତ୍ରରେ ପାକିସ୍ତାନକୁ ପଛରେ ପକାଇଲା ଭାରତ; କିନ୍ତୁ ଚୀନଠାରୁ ବହୁତ ପଛରେ

Advertisement

ନୂଆଦିଲ୍ଲୀ: ସୁଇଡିଶ ଥିଙ୍କଟ୍ୟାଙ୍କ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପରି)ର ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ବିଶ୍ୱର ୯ଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସେମାନଙ୍କ ପରମାଣୁ ଅସ୍ତ୍ରର ଆଧୁନିକୀକରଣ କରିସାରିଲେଣି । ରିପୋର୍ଟରେ କୁହାଯାଇଥିଲା ଯେ ପାକିସ୍ତାନରେ ଭାରତ ଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି।

୨୦୨୩ରେ ଭାରତ ପାଖରେ ୧୬୪ଟି ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ ୨୦୨୪ରେ ଏହା ୧୭୨କୁ ବୃଦ୍ଧି ପାଇଛି। ହେଲେ ଗତବର୍ଷ ତୁଳନାରେ ପାକିସ୍ତାନ ପାଖରେ ମଧ୍ୟ ୧୭୦ଟି ପରମାଣୁ ଯୁଦ୍ଧାସ୍ତ୍ର ଥିଲା ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ କୌଣସି ବୃଦ୍ଧି ଘଟିନାହିଁ। ଚାଇନା ବିଷୟରେ କହିବାକୁ ଗଲେ ୨୦୨୩ ରେ ତାଙ୍କ ପାଖରେ ୪୧୦ଟି ପରମାଣୁ ଅସ୍ତ୍ର ଥିବା ବେଳେ ଚଳିତ ବର୍ଷ ଏହା ୫୦୦କୁ ବୃଦ୍ଧି ପାଇଛି।

ଆମେରିକା, ଋଷ, ବ୍ରିଟେନ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଓ ଇସ୍ରାଏଲ ସମେତ ୯ଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସେମାନଙ୍କ ପରମାଣୁ ଅସ୍ତ୍ରର ଆଧୁନିକୀକରଣ ଜାରି ରଖିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ୨୦୨୩ରେ ନୂତନ ପରମାଣୁ କ୍ଷମତା ସମ୍ପନ୍ନ ବ୍ୟବସ୍ଥା ନିର୍ମାଣ କରିଛନ୍ତି। ପରମାଣୁ ଅସ୍ତ୍ରଶସ୍ତ୍ରକ୍ଷେତ୍ରରେ ଆମେରିକା ଓ ରୁଷିଆ ସବୁଠୁ ଆଗରେ ଅଛନ୍ତି, ଯେଉଁମାନଙ୍କ ପାଖରେ ୯୦ ପ୍ରତିଶତ ପରମାଣୁ ଅସ୍ତ୍ର ରହିଛି।

Get real time updates directly on you device, subscribe now.