fbpx
BJD SKY
BJD SKY

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ- ପାକ

BJD

ଅହମଦାବାଦ : ଆଜି ବିଶ୍ୱକପ କ୍ରିକେଟରେ ମୁହାଁ ମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ଭାରତ ପାକିସ୍ତାନର ମ୍ୟାଚକୁ ଦର୍ଶକମାନେ ମନ ଭରି ଉପଭୋଗ କରିଥାନ୍ତି । ଏହା କ୍ରିକେଟ ଖେଳ ଅପେକ୍ଷା ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱ ବହନ କରିଥାଏ । ଏହାକୁ ଦୁଇ ଦେଶ ଯୁଦ୍ଧ ଭାବରେ ଦେଖିଥାନ୍ତି । ଭାରତ ବିପକ୍ଷରେ ଦିନିକିଆ କ୍ରିକେଟରେ ପାକିସ୍ତାନର ରେକର୍ଡ ଭଲ ହୋଇଥିଲେ ମଧ୍ୟ ଦିନିକିଆ ବିଶ୍ୱକପରେ ୭ ଥର ମୁକାବିଲାରେ ଥରେ ଜିତିନାହିଁ । ଏହା ପୁଣି ଅହମଦାବାଦରେ ଦେଖିବାକୁ ମିଳିବ ବୋଲି ସମର୍ଥକ ଆଶା ରଖିଛନ୍ତି । ବିଶ୍ୱକପରେ ୭ ଟି ମୁକାବିଲାରୁ ୭ ଟିରେ ଜିତିବା, ଅନ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିଥିବାରୁ ଭାରତ ଅଷ୍ଟମ ମୁକାବିଲାରେ ମଧ୍ୟ ବିଜୟ ହେବ ବୋଲି ଆଶା କରାଯାଉଛି ।

ଦଳରେ ଭଲ ଖେଳାଳୀ ଅଛନ୍ତି । ଟି୨୦ ହେଉ କିମ୍ବା ଦିନିକିଆ ପାକିସ୍ତାନକୁ ନିକଟରେ ପରାସ୍ତ କରିଛି ରୋହିତ ଶର୍ମାଙ୍କ ଦଳ । ତେବେ ଦେଖିବାକୁ ବାକି ରହିଲା ଆଜି କ’ଣ ହେଉଛି । ସମର୍ଥକମାନେ ଆଶା ବାନ୍ଧିଥିବା ବେଳେ ବର୍ଷା ଏହି ମ୍ୟାଚରେ ବାଧକ ସାଜିପାରେ । କାରଣ ସ୍ଥାନୀୟ ପାଣିପାଗ ଆକଳନ ଅନୁସାରେ ଏଠାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସମସ୍ତଙ୍କ ନଜର ଆଜିର ଖେଳ ଉପରେ ।

Get real time updates directly on you device, subscribe now.