ଏସିଆ କପ୍ ୨୦୨୫; ଆମ୍ନାସାମ୍ନା ହେଲେ ଭାରତ-ପାକିସ୍ତାନର ଅଧିନାୟକ, ସୂର୍ଯ୍ୟକୁମାର ଦେଲେ ଗଜବ ଜବାବ
ଏସିଆ କପ୍ ମ୍ୟାଚ୍ ପୂର୍ବରୁ ଦୁଇ ଅଧିନାୟକ ଆମ୍ନାସାମ୍ନା।
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇସାରିଛି ଏସିଆ କପ୍ ୨୦୨୫। ଆଉ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ୱର ୧୦ ତାରିଖ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରତମ ମ୍ୟାଚ୍ ଇଣ୍ଡିଆ UAE ବିପକ୍ଷରେ ମ୍ୟାଚ୍ ଖେଳିବ। ଏହାପରେ ସେପ୍ଟେମ୍ୱର ୧୪ ତାରିଖ ଦିନ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।
ଆଉନ ଏହି ମ୍ୟାଚ୍ ପାଇଁ ସାରା ବିଶ୍ୱ ଅପେକ୍ଷା କରିଛି କିନ୍ତୁ ପୂର୍ବରୁ ଭାରତ ଏବଂ ପାକିସ୍ତାନର ଅଧିନାୟକ ମୁହାଁମୁହିଁ ହୋଇଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍ ବିପକ୍ଷରେ ପଚରାଯାଇଥିବା ପ୍ରଶ୍ନରେ ଏକ ଆକର୍ଷଣୀୟ ଉତ୍ତର ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ସଲମାନ ଅଲି ଆଗା।
ଯେତେବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ପଚରାଗଲା ଯେ ତାଙ୍କ ଦଳ ପାକିସ୍ତାନ ବିପକ୍ଷରେ ଅଧିକ ଆକ୍ରମଣାତ୍ମକ ହେବ କି, ସୂର୍ଯ୍ୟ କହିଥିଲେ ଯେ ଆକ୍ରମଣାତ୍ମକ ବିନା ଖେଳ ଖେଳିହେବ ନାହିଁ।
ଭାରତ-ପାକିସ୍ତାନ ମ୍ୟାଚ୍: ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ‘ଯେତେବେଳେ ଆମେ ପଡ଼ିଆରେ ଥାଉ, ଆମର ଏକ ଆକ୍ରମଣାତ୍ମକ ମନୋଭାବ ଥାଏ। ଆକ୍ରମଣ ବିନା ଆପଣ ଖେଳ ଖେଳିପାରିବେ ନାହିଁ। ଆଉ ପ୍ରତ୍ୟେକ ଖେଳାଳିଙ୍କ ମନୋଭାବ ମ୍ୟାଚ୍ ସମୟରେ ଭିନ୍ନ ଥାଏ।
ସେହି ସମୟରେ ସମାନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ ତାଙ୍କର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ସ୍ୱାଧିନତା ଅଛି।
ସଲମାନ ଆଗା କହିଛନ୍ତି, ‘ଯଦି କୌଣସି ଖେଳାଳି ପଡ଼ିଆରେ ଆକ୍ରମଣାତ୍ମକ ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ୱାଗତ। ଦ୍ରୁତ ବୋଲରମାନେ ବିଶେଷ ଭାବରେ ଅଧିକ ଆକ୍ରମଣାତ୍ମକ, ଆପଣ ସେମାନଙ୍କୁ ଅଟକାଇ ପାରିବେ ନାହିଁ। ଏହିଠାରୁ ସେମାନଙ୍କର ଉତ୍ସାହ ଆସେ। ଯେପର୍ଯ୍ୟନ୍ତ ସବୁକିଛି ସୀମା ଭିତରେ ଘଟୁଛି, ମୋ ପକ୍ଷରୁ କୌଣସି ପ୍ରତିବନ୍ଧକ ରହିବ ନାହିଁ।’
ସୂର୍ଯ୍ୟକୁମାର ଯାଦବଙ୍କ କୌତୁହଳପୂର୍ଣ୍ଣ ଉତ୍ତର: ଏହି ସମୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ପ୍ରଶ୍ନ ପଚରାଯାଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ସୂର୍ଯ୍ୟକୁମାର ଯାଦବଙ୍କୁ ପଚରାଯାଇଥିଲା ଯେ ଟିମ୍ ଇଣ୍ଡିଆ ଏସିଆ କପ୍ ଜିତିବାର ସବୁଠାରୁ ବଡ଼ ଦାବିଦାର ମନେ ହେଉଛି? ଯାହାର ଉତ୍ତରରେ ଭାରତୀୟ ଅଧିନାୟକ କହିଥିଲେ ଯେ ସେ ଏହା ଶୁଣି ନାହାଁନ୍ତି। ସୂର୍ଯ୍ୟକୁମାର କହିଥିଲେ, ‘ଏହା କିଏ କହିଲା, ମୁଁ ଶୁଣି ନାହିଁ।
“ଦେଖନ୍ତୁ ଯଦି ତୁମର ପ୍ରସ୍ତୁତି ଭଲ ଅଛି ତେବେ ତୁମେ ଆତ୍ମବିଶ୍ୱାସର ସହିତ ପଡ଼ିଆରେ ପ୍ରବେଶ କର। ଆମେ ବହୁତ ଦିନ ପରେ ଟି-୨୦ ଖେଳୁଛୁ କିନ୍ତୁ ଆମେ ଏଠାକୁ ୩-୪ ଦିନ ପୂର୍ବରୁ ଆସିଛୁ। ଆମେ ଏକାଠି ବହୁତ ଭଲ ସମୟ ବିତାଇଛୁ। ମୁଁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ଅଛି”।
ସଲମାନ ଅଲି ଆଗା କହିଥିଲେ, ‘ଟି-୨୦ କ୍ରିକେଟରେ କେହି ପ୍ରିୟ ନୁହଁନ୍ତି। ମ୍ୟାଚ୍ ଦିନ ଯଦି ତୁମେ ଭଲ ଖେଳ, ତେବେ କିଛି ଓଭରରେ ମ୍ୟାଚ୍ ବଦଳିଯାଏ।