ଅସ୍ତ୍ରବିରତି ପରେ ସାମ୍ନାକୁ ଆସିଲା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପ୍ରଥମ ବିବୃତ୍ତି, ଆତଙ୍କବାଦକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିରେ ସହମତି ହୋଇଛି । ୧୨ ମେ ରେ ଦୁଇ ଦେଶ ପୁଣୀଥରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ।

ଭାରତ ପକ୍ଷରୁ କୁହାଯାଇଛି ଯେ, ଶନିବାର ସଂଧ୍ୟା ୫ଟା ପରେ ଦୁଇ ଦେଶଙ୍କ ମଧ୍ୟରେ କୌଣସି ପ୍ରକାର ଯୁଦ୍ଧ ହେବନି । ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ଯେ, ଆତଙ୍କବାଦ ଉପରେ ଭାରତ କୌଣସି ପ୍ରକାର ଚୁକ୍ତିନାମା କରିବ ନାହିଁ ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଆଜି ଗୁଳିଚାଳନା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବାକୁ ନେଇ ସହମତି ପ୍ରକାଶ କରିଛନ୍ତି ।

ଭାରତ ନିରନ୍ତର ଭାବେ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ଏହିପରି ଭାବେ ଜାରି ରଖିବ ।