ଆକାଶ ମାର୍ଗରେ ପାକିସ୍ତାନ ପାଇଁ ଆଉ ମାସେ କଟକଣା ବଢ଼ାଇଲା ଭାରତ
ଭାରତୀୟ ବିମାନ ପାକ ବାୟୁସୀମା ଓ ପାକ୍ ବିମାନ ଭାରତୀୟ ବାୟୁସୀମା ବ୍ୟବହାର କରିପାରିବେ ନାହିଁ।
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆଉ ମାସେ କଟକଣା ବଢ଼ାଇଲା ଭାରତ। ଭାରତ ଆକାଶରେ ଉଡିପାରିବନି ପାକିସ୍ତାନ ବିମାନ। ପହଲଗାମ ଆତଙ୍କୀ ହମଲା ପରେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର।
ଆଉ ଅପରେସନ ସିନ୍ଦୂର ପାଇଁ ଉଭୟ ଦେଶ ଉଭୟ ଦେଶ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଥିଲେ। ତା ଭିତରେ ବାୟୁସୀମା ପ୍ରମୁଖ ଥିଲା। ଆଉ ଏବେ ସେହି କଟକଣାକୁ ମାସେ ବଢ଼ାଇଦେଇଛି
ଭାରତ। ଅର୍ଥାତ୍ ପାକ୍ ବିମାନ ଭାରତୀୟ ବାୟୁସୀମା ବ୍ୟବହାର କରିପାରିବେ ନାହିଁ।
ନିକଟରେ ପାକିସ୍ତାନ ଏହି କଟକଣାକୁ ଆଉ ମାସେ ବଢାଇଥିବାବେଳେ ଆଜି ଭାରତ ସମାନ ପଦକ୍ଷେପ ନେଇଛି। ଭାରତ ସରକାର ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି।
ପୂର୍ବରୁ ଭାରତ ସରକାର ୨୩ ମେ’ ପର୍ଯ୍ୟନ୍ତ ନୋଟାମ୍ (ନୋଟିସ ଟୁ ଏୟାରମ୍ୟାନ) ଜାରି କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନୀ ଯାତ୍ରୀବାହୀ ବିମାନ ଏବଂ ସାମରିକ ବିମାନ ଭାରତୀୟ ଆକାଶ ମାର୍ଗ ସହିତ ଯୋଗାଯୋଗ କରିପାରିବ ନାହିଁ।
ପାକିସ୍ତାନ ଏୟାରପୋର୍ଟ ଅଥରିଟି ପକ୍ଷରୁ ଜୁନ ୨୪ ପର୍ଯ୍ୟନ୍ତ ନୋଟାମ ଜାରି କରାଯାଇଛି । କେବଳ ଭାରତୀୟ ବିମାନ ପାଇଁ ଏହି କଟକଣା ରହିବ। ନିକଟରେ କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ଏକ ଯାତ୍ରୀବାହୀ ଇଣ୍ଡିଆ ବିମାନ ଲାହୋର ବିମାନବନ୍ଦରରେ ଅବତରଣ ଅନୁମତି ମାଗିଥିଲେ ବି ପାକିସ୍ତାନ ଏଥିପାଇଁ ଅନୁମତି ଦେଇନଥିଲା।