fbpx

SCO Summitରେ ଭାଗ ନେବାକୁ ଇସଲାମାବାଦ ଯିବେ ଏସ୍ ଜୟଶଙ୍କର, ୯ ବର୍ଷ ପରେ କୌଣସି ଭାରତୀୟ ଯିବେ ପାକିସ୍ତାନ

ନୂଆଦିଲ୍ଲୀ: ଏସସିଓ ସମ୍ମିଳନୀରେ ଭାରତ ପକ୍ଷରୁ ଭାଗ ନେବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପାକିସ୍ତାନ ଯିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ ।

ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଦୁଇ ଦିବସୀୟ ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଯାଇଛି । ତେଣୁ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ । ଏଥିରେ ଜୟ ଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।

ଏହା ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ କାଉନସିଲ୍ ଅଫ୍ ହେଡସ୍ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା ।

Get real time updates directly on you device, subscribe now.