ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ବଢିଗଲା ସୁନା ଦର, ଏଣିକି ଏତିକି ହଜାରରେ ମିଳିବ ୧୦ ଗ୍ରାମ
ଭାରତ-ପାକିସ୍ତାନ ସୀମାରେ ବଢିଥିବା ଉତ୍ତେଜନା ମଧ୍ୟରେ ବଢିଗଲା ସୁନା ଦର
ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହରେ ହ୍ରାସ ପରେ ଏହି ସପ୍ତାହରେ ସୁନା ଦର ଅଧିକ ବଢିଥିବା ଦେଖିବାକୁ ମିଳିଛି । ଘରୋଇ ବଜାରରେ ଏମସିଏକ୍ସ ଗୋଲ୍ଡର ରେଟ ୪ ପ୍ରତିଶତରୁ ଅଧିକ ବଢିଛି । ଏମସିଏକ୍ସରେ ଶୁକ୍ରବାର ଦିନ ସୁନା ୧୦ ଗ୍ରାମ ପିଛା ୯୬ ହଜାର ୫୩୫ ଟଙ୍କାରେ ବନ୍ଦ ହୋଇଛି, ଯାହା ଗତ ସପ୍ତାହରେ ୯୨ ହଜାର ୭୦୦ ଟଙ୍କା ଥିଲା । ବର୍ତ୍ତମାନ ଏହା ବଢି ୩ ହଜାର ୮୩୫ ଟଙ୍କାରେ ପହଞ୍ଚିଛି ।
ବିଶେଷଜ୍ଞଙ୍କ ଅନୁସାରେ, ସୁନାର ଏହି ରେସରେ ଭାରତୀୟ ଟଙ୍କାର ହ୍ରାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗତ ସପ୍ତାହରେ ଟଙ୍କା ଡଲାର ତୁଳନାରେ ୧ ପ୍ରତିଶତରୁ ଅଧିକ କମଜୋର ହୋଇଛି, ଯାହାକୁ ଘରୋଇ ବଜାରରେ ସୁନା ଆହୁରି ମହଙ୍ଗା ହୋଇଯାଇଛି । ଏହି କାରଣରୁ ନିବେଶକଙ୍କୁ ସୁନିଶ୍ଚିତ ବିକଳ୍ପ ଭାବେ ସୁନାକୁ କିଣିଛନ୍ତି ।
ବର୍ତ୍ତମାନ ଗୋଲ୍ଡ ରେଟ ୯୪ ହଜାର ୫୦୦ରୁ ୯୭ ହଜାର ୫୦୦ ମଧ୍ୟରେ ରହିପାରେ । ଯଦି ଏହା ୯୭ ହଜାର ୫୦୦ ଟଙ୍କା ଲେବଲ ଭାଙ୍ଗୁଛି ତେବେ ଏହା ୯୮ ହଜାର ୭୮୦ ବା ହାଇ ରେକର୍ଡ ୯୯ ହଜାର ୩୫୮ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ସେହିପରି ଅନ୍ତର୍ଜାତୀୟ ସ୍ତରରେ ସୁନା ୩ ହଜାର ୨୮୦ ଡଲାର ପ୍ରତି ଓନସରେ ସପୋର୍ଟ କରିଛି,ଯାହା ୩ ହଜାର ୪୨୦ ଡଲାର ପର୍ଯ୍ୟନ୍ତ ରାସ୍ତା ଖୋଲିପାରେ ।