India Post GDS Recruitment 2025: ଦଶମ ପାସଙ୍କ ପାଇଁ ବଡ଼ ସୁଯୋଗ, ଡାକ ବିଭାଗରେ ବାହାରିଲା 21 ହଜାର ପଦବୀ

ଡାକ ବିଭାଗ ପକ୍ଷରୁ ବମ୍ପର ନିଯୁକ୍ତି ଘୋଷଣା । ଗ୍ରାମୀଣ ଡାକ ସେବକଙ୍କ ପାଇଁ ବାହାରିଲା 21,413 ପଦବୀ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ପୋଷ୍ଟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ।

ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ ଡାକ ସେବକଙ୍କ ୨୧,୪୧୩ ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି । ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in ରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ଡାକ ବିଭାଗ ଆଣିଲା ସୁବର୍ଣ୍ଣ ସୁଯୋଗ-   ଭାରତୀୟ ଡାକ ବିଭାଗର ଏହି ନିଯୁକ୍ତି ପାଇଁ ପୁରୁଷ ଏବଂ ମହିଳା ଉଭୟ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୩ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ indiapostgdsonline.gov.in ରେ ଆବେଦନ କରିପାରିବେ। ଏହାପରେ ମାର୍ଚ୍ଚ 6ରୁ 8 ତାରିଖ ଭିତରେ ଫର୍ମ ସଂଶୋଧନ କରିପାରିବେ।

ବୟସୀମା- ଗ୍ରାମୀଣ ଡାକ ସେବକ ପଦବୀ ପାଇଁ, ୩ ମାର୍ଚ୍ଚ, ୨୦୨୫ ସୁଦ୍ଧା ୧୮ ରୁ ୪୦ ବର୍ଷ ଭିତରେ ରହିଥିବା ଜରୁରୀ ଅଟେ । ତେବେ ଏଥିପାଇଁ ଆଶାୟୀଙ୍କୁ କେବଳ ଦଶମ ପାସ୍ କରିଥିବା ଆବଶ୍ୟକ ।

ଆବେଦନ ଫି- GDS ନିଯୁକ୍ତି ପାଇଁ, ଜେନେରାଲ, OBC ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କୁ 100 ଟଙ୍କା ଆବେଦନ ଫି ଦେବାକୁ ପଡିବ। ଯେତେବେଳେ SC, ST, PWD ଏବଂ ମହିଳାଙ୍କ ପାଇଁ ଆବେଦନ ମାଗଣା। ଆବେଦନ ଫି’ ଅନଲାଇନ୍ ମୋଡ୍ ମାଧ୍ୟମରେ ପୈଠ କରିବାକୁ ପଡିବ ।