fbpx

ପୁଣି ଭାରତରେ ଚିହ୍ନଟ ହେଲେ ମଙ୍କିପକ୍ସ ଆକ୍ରାନ୍ତ ! ଏଭଳି କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

India reports first suspect case of Monkeypox says health ministry

ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ମଙ୍କିପକ୍ସ ଭୟ । ଭାରତରେ ଜଣେ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନିକଟରେ ସେ ମଙ୍କିପକ୍ସ ଆକ୍ରାନ୍ତ ଦେଶକୁ ଯାଇ ଫେରିଥିବା ସୂଚନା ରହିଛି । ଆକ୍ରାନ୍ତ ସନ୍ଦେହ ଯୁବକଙ୍କର ରକ୍ତ ନମୂନା ମଧ୍ୟ ସଂଗ୍ରହ କରାଯାଇଛି । ତେବେ ବର୍ତ୍ତମାନ ଉକ୍ତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଆଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପିଆଇବିର ସୂଚନା ଅନୁସାରେ, ବର୍ତ୍ତମାନ ଉକ୍ତ ଯୁବକଙ୍କୁ ଆଉସୋଲେଟ କରି ରଖାଯାଇଛି । ପ୍ରୋଟକଲ ଅନୁସାରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ତେବେ ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇନଥିବାରୁ ଚିନ୍ତାର କୌଣସି କାରଣ ନୁହେଁ ବୋଲି କୁହାଯାଇଛି । ତେବେ ମଙ୍କିପକ୍ସ ବ୍ୟାପୁଥିବା ଦେଶରୁ ଭାରତକୁ ଯାତାୟତ ପାଇଁ କଟକଣା କରାଯାଇଛି । ମଙ୍କିପକ୍ସ ଯେଉଁଭଳି ନବ୍ୟାପେ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହା ସହ ଆଲର୍ଟ ରହିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, 2022 ମସିହା ପରଠାରୁ ସାରା ବିଶ୍ବରେ 116ଟି ଦେଶରେ 99 ହଜାରରୁ ଅଧିକ ମକ୍ସିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.