fbpx

ଭାରତ-ଶ୍ରୀଲଙ୍କା ସିରିଜର ସମ୍ପୂର୍ଣ୍ଣ ଶିଡ୍ୟୁଲ ଜାରି କଲା BCCI: ସାମ୍ନାକୁ ଆସିଲା ଦିନିକିଆ ଓ ଟି-୨୦ ମ୍ୟାଚର ଲିଷ୍ଟ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜର ସମ୍ପୂର୍ଣ୍ଣ ଶିଡ୍ୟୁଲ ଜାରି କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ନିକଟରେ ଟିମ୍ ଇଣ୍ଡିଆର କୋଚ ଭାବେ ନିଯୁକ୍ତି ହୋଇଥିବାରୁ ଏହା ତାଙ୍କର ପ୍ରଥମ ସିରିଜ୍ ହେବ । ସେହିପରି ପୂର୍ବତନ ଅଲରାଉଣ୍ଡର ସନତ ଜୟସୁରିୟାଙ୍କୁ ଶ୍ରୀଲଙ୍କା ଟିମର ଅନ୍ତରୀଣ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଦିଆଯାଇଛି ।

ଜୁଲାଇ ୨୬, ୨୭ ଓ ୨୯ରେ ଟି-୨୦ ସିରିଜର ୩ଟି ମ୍ୟାଚ ଖେଳାଯିବ । ପଲ୍ଲେକେଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏହି ସମସ୍ତ ମ୍ୟାଚ ଖେଳାଯିବ । ସେହିପରି ଅଗଷ୍ଟ ୧, ୪ ଓ ୭ରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ୍ ଖେଳାଯିବ । ଆର. ପ୍ରେମଦାସ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚଗୁଡ଼ିକ ଖେଳାଯିବ । ନିକଟରେ ଟି-୨୦ ବିଶ୍ୱକପରେ ବିଜୟୀ ହେବା ପରେ ଭାରତ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ୍ ଖେଳିଥିଲା । ଏହାପରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ ।

ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ତେଣୁ ଏବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ର ଅଧିନାୟକ ଦାୟିତ୍ୱ ଦିଆଯାଇପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ସେହିପରି ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଦିନିକିଆ କ୍ରିକେଟର ଦାୟିତ୍ୱ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.