fbpx

ଭାରତୀୟ ମହିଳା ଟିମର ବିଜୟ ଅଭିଯାନ ଆରମ୍ଭ: ଜୁନିୟର ହକି ବିଶ୍ୱକପରେ ୱେଲ୍ସକୁ ମାତ୍ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ: ଜୁନିୟର ହକି ବିଶ୍ୱକପରେ ଆରମ୍ଭ ହୋଇଛି ଭାରତୀୟ ମହିଳା ଟିମର ବିଜୟ ଅଭିଯାନ । ୱେଲ୍ସକୁ ୫-୧ରେ ମାତ ଦେଇଛି ସଳାମୀ ଟେଟେଙ୍କ ଏହି ଦମଦାର ଟିମ । ଶେଷ ୫୭ ଏବଂ ୫୮ ମିନିଟରେ ୨ ପେନାଲ୍ଟି ସ୍କୋର ଭାରତ ଏହି ମ୍ୟାଚକୁ ନିଜ ନାମରେ କରିଛି । ସେପଟେ ମାତ୍ର ଗୋଟିଏ ଗୋଲ ସ୍କୋର କରି ଧରାଶାୟୀ ହୋଇ ପଡିଛି ୱେଲ୍ସ । ଭାରତ ଆଗରେ ଦଳ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି ।

ଭାରତ-ୱେଲ୍ସ ବିପକ୍ଷରେ ଚାଲିଥିବା ଏହି ମ୍ୟଚେକୁ ଏକତରଫା ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦଳ ତରଫରୁ ମୋଟ ୫ଟି ଗୋଲ ସ୍କୋର ହୋଇଥିଲା । ତେବେ ଏଥିମଧ୍ୟରୁ ଶେଷ ଦୁଇଟି ସ୍କୋର ପେନାଲ୍ଟି ଭାବରେ ମ୍ୟାଚର ୫୭ ଏବଂ ୫୮ ମିନିଟରେ ଆସିଛି । ଭାରତ ପକ୍ଷରୁ ଲାଲରେମସିୟାମୀ ଖେଳର ଚତୁର୍ଥ ମିନିଟରେ ଗୋଲ ସ୍କୋର କରିଥିବା ବେଳେ ୩୨ତମ ମିନିଟରେ ଏବଂ ୪୧ ମିନିଟରେ ମୁମତାଜ ଖାନ ଗୋଲ ସ୍କୋର କରି ଦଳକୁ ମଜବୁତ ସ୍ଥିତି ଦେଇଥିଲେ । ତେବେ ୫୭ ମିନିଟରେ ଲାଲରିନଡିକି ପୁଣି ଏକ ଗୋଲ ଖାତାରେ ଯୋଡିବା ସହିତ ଦୀପିକା ମଧ୍ୟ ୫୮ ମିନିଟରେ ଏକ ଗୋଲ ସ୍କୋର କରିଛନ୍ତି ।

ତେବେ ୱେଲ୍ସ ଭାରତ ବିପକ୍ଷରେ ମାତ୍ର ଗୋଟିଏ ଗୋଲ ହିଁ କରିବାରେ ସକ୍ଷମ ହୋଇ ପାରିଛି । ମ୍ୟାଚର ୨୬ ମିନିଟରେ ଏକମାତ୍ର ଗୋଲ ଦଳ କାତାରେ ଯୋଡିବାରେ ସଫଳ ହୋଇଛନ୍ତି ମିଲି ହୋମ । ପ୍ରଥମରୁ ପେନୋଲ୍ଟି କର୍ଣ୍ଣର ହାସିଲ କରି ଭାରତ ସୁନ୍ଦର ପ୍ରଦର୍ଶନ କରୁଥିବା ବେଳେ ୱେଲ୍ସର ଗୋଲକିପର ଦୀପିକାଙ୍କ ଡ୍ରାଗଫ୍ଲିକକୁ ରୋକିବାରେ ସଫଳ ହୋଇଥିଲେ । କିନ୍ତୁ ଭାରତୀୟ ଖେଳାଳିମାନଭ୍କୁ ଗୋଲ କରିବା ପାଇଁ ବେଶୀ ସମୟ ଅଟକାଇ ପାରି ନଥିଲା ୱେଲ୍ସ । ଚତୁର୍ଥ ମିନିଟରେ ଭାରତ ଏହାର ପ୍ରଭାବ ବିସ୍ତାର କରିବା ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଦବଦବା ଜାରି ରଖିଥିଲା । ଶେଷରେ ମ୍ୟାଚରେ ଏକ ତରଫା ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜୁନିୟର ମହିଳା ହକି ଦଳ ।

Get real time updates directly on you device, subscribe now.